ମୋଦି ଅମିତ ସାହାଙ୍କ ୧୫ ସଭା ଚିନ୍ତାରେ ବିଜେଡି
ଏବେ ବିଜେପିର ଫୋକ୍ସରେ ଓଡ଼ିଶା । ଓଡ଼ିଶା ପାଇଁ ମୋଦି ଓ ଅମିତ ସାହା ଙ୍କ ରଣନୀତି ପ୍ରସ୍ତୁତ । ବିଭିନ୍ନ ସ୍ଥାନରେ ହେବ ୧୫ଟି ବଡ଼ ସଭା । ଶୁଭାରମ୍ଭ ହେବ ପଶ୍ଚିମ ଓଡ଼ିଶାରୁ । ମୋଦିଙ୍କ ଓଡ଼ିଶା ଗସ୍ତ ବିଚଳିତ କଲାଣି ବିଜେଡିକୁ।
ରାଜ୍ୟରେ ବଦଳିବ କି ବିଜେପି – ବିଜେଡି ସମୀକରଣ । ପରିବର୍ତ୍ତନ ହେବକି ଅଘୋଷିତ ମେଣ୍ଟର ଡିଲ । ଏଭଳି କିଛି ଭୟର ବାତାବରଣ ବିଜେଡି ମୁଖିଆଙ୍କୁ ବିଚଳିତ କଲାଣି । ତିନୋଟି ରାଜ୍ୟରେ ନିଜ ସରକାର ଗଠନ ପରେ ଫୁଲ ଜୋସରେ ରହିଛି ବିଜେପି । ଓଡ଼ିଶା ରାଜନୀତିରେ ନିଜ ଅସ୍ତିତ୍ବ ଜାହିର କରିବାକୁ ଆଉ ଅଘୋଷିତ ମେଣ୍ଟ ଉପରେ ଭରସା ନକରି ନିଜ ଦମ ଦେଖାଇବାକୁ ବିଜେପି ଶୀର୍ଷ ନେତୃତ୍ୱ ବିଚାର ବିମର୍ଶ ଆରମ୍ଭ କରିଛନ୍ତି । ତେଣୁ ନିଜ ପାର୍ଟିର ନେତା ଓ କର୍ମୀଙ୍କ ମନବଳ ସୁଦୃଢ କରିବାକୁ ମୋଦି ଚଳିତ ମାସ ଓଡ଼ିଶା ଗସ୍ତରେ ଆସିବେ । ପଶ୍ଚିମ ଓଡ଼ିଶାରେ ବିଜେପିର ଭଲ ଲୋକପ୍ରିୟତା ରହିଛି ।
ସୂଚନା ଅନୁଯାୟୀ ଏହାକୁ ଅଧିକ ଦୃଢ଼ କରିବାକୁ ପ୍ରଧାନମନ୍ତ୍ରୀ ନିଜ ପ୍ରଥମ ବୈଠକ ପାଇଁ ସମ୍ବଲପୁରକୁ ଚୟନ କରିଛନ୍ତି । ନିର୍ବାଚନ ପୂର୍ବରୁ ସମଗ୍ର ଓଡ଼ିଶାର ବିଭିନ୍ନ ସ୍ଥାନରେ ଉଭୟ ମୋଦୀ ଆଉ ଶାହାଙ୍କର ପ୍ରାୟ ୧୫ଟି ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି । ଏହି ବୈଠକରେ ନିର୍ବାଚନ ରଣନୀତି ପ୍ରସ୍ତୁତ କରାଯିବା ସହ ବିଭିନ୍ନ ସ୍ଥାନରେ ଶାସକ ଦଳର ଅସନ୍ତୁଷ୍ଟ ନେତାଙ୍କୁ ବିଜେପିରେ ସାମିଲ କରାଯିବ ।