ମୋଦି-ଦିଦି ସାକ୍ଷାତ: ବିଏସଏଫ ଅଧିକାର ସମେତ ଏହିସବୁ ପ୍ରସଙ୍ଗରେ ହେଲା ଆଲୋଚନା

0

ନୂଆଦିଲ୍ଲୀ ୨୪/୧୧ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଛନ୍ତି। ମମତା ସୀମା ସୁରକ୍ଷାବଳ (ବିଏସଏଫ)ର ଅଧିକାର କ୍ଷେତ୍ର ବୃଦ୍ଧି କରିବା ପ୍ରସଙ୍ଗ ଉଠାଇଥିଲେ। ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ପ୍ରାୟ ୩୦ ମିନିଟ ଆଲୋଚନା କରିଥିଲେ। ମମତା ପ୍ରାକୃତିକ ବିପର୍ଯ୍ୟୟର କ୍ଷତିପୂରଣ ଓ ସୀମା ସୁରକ୍ଷାବଳର ପ୍ରଦେଶରେ ଦଖଲକୁ ନେଇ ମଧ୍ୟ କଥା ହୋଇଛନ୍ତି। ଦିଦି ସୋମବାର ଦିନ ଦିଲ୍ଲୀରେ ପହଞ୍ଚିଥିଲେ। ସେ ଅନେକ ରାଜନେତାଙ୍କୁ ସାକ୍ଷାତ କରୁଛନ୍ତି।

ବୈଠକ ପରେ ମମତା ବାନାର୍ଜୀ କହିଛନ୍ତି ଯେ, ସେ ବିଏସଏଫ ସମ୍ପର୍କରେ ଆଲୋଚନା କରିଛନ୍ତି। ବିଏସଏଫ ଆମର ଶତ୍ରୁ ନୁହେଁ, ମୁଁ ସମସ୍ତ ଏଜେନ୍ସିଙ୍କୁ ସମ୍ମାନ କରେ। କିନ୍ତୁ ଆଇନ ବ୍ୟବସ୍ଥା ରାଜ୍ୟର ବିଷୟ ଯାହାଫଳରେ ବିବାଦ ହୋଇଥାଏ। ମମତା କହିଛନ୍ତି ଯେ ବୈଠକ ବେଳେ ସେ ମୋଦିଙ୍କୁ କହିଛନ୍ତି ଯେ ସଂଘୀୟ ଢାଞ୍ଚାକୁ ଅଯଥାରେ ଛାଡିବା ଠିକ ନୁହେଁ। ଏ ସମ୍ପର୍କରେ ଚର୍ଚ୍ଚା କରି ବିଏସଏଫ ଆଇନ ପ୍ରତ୍ୟାହାର କରିବାକୁ ସେ କହିଛନ୍ତି।

ଦିଲ୍ଲୀ ଆସିବା ପୂର୍ବରୁ ମମତା ସାମ୍ବାଦିକଙ୍କୁ କହିଥିଲେ ଯେ ବିଏସଏଫର କ୍ଷେତ୍ରୀୟ ଅଧିକାର କ୍ଷେତ୍ର ୧୫ କିଲୋମିଟର ବଢ଼ାଇ ୫୦ କିଲୋମିଟର କରିବା ସମ୍ବନ୍ଧରେ ରାଜ୍ୟ ସରକାରଙ୍କୁ ଏହି ଆଦେଶ ସ୍ୱୀକାର କରୁନାହାନ୍ତି। ସେ କହିଥିଲେ ଯେ ବିଏସଏଫକୁ ବିଜେପି ହାତକୁ ଯିବାକୁ ଦେବେନାହିଁ। ବିଏସଏଫ ମଧ୍ୟ CISF ଓ CRPF ଭଳି ଆମର ମିତ୍ର ବୋଲି ସେ କହିଥିଲେ। ଏହି ମାମଲାରେ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଥିଲେ।

Leave a comment