ଆଜିକାଲି ପିଲାଙ୍କ ଉପରେ ମୋବାଇଲ ସକରାତ୍ମକ ଅପେକ୍ଷା ଅଧିକ ନକାରାତ୍ମକ ପ୍ରଭାବ ପକାଉଛି, ତେବେ ପିଲାଙ୍କୁ ଏଭଳି ରଖନ୍ତୁ ଦୂରେଇ
ଆଜିକାଲି ପ୍ରାୟ ସବୁ ପିଲାମାନେ ମୋବାଇଲ୍ ସହିତ ଅଧିକ ଜଡ଼ିତ ରହୁଛନ୍ତି । ବିଶେଷ ଭାବରେ ଆମେ ଦେଖିବାକୁ ପାଉଛୁ ଯେ ଖୁବ୍ କୁନି କୁନି ପିଲାମାନେ ମଧ୍ୟ ଫୋନ୍ ରେ ବ୍ୟସ୍ତ ରହୁଛନ୍ତି । କାହିଁକି ନା ମାବାପା ମାନେ ନିଜ କାମକୁ ଠିକ୍ ଭାବରେ କରିବା ପାଇଁ ପିଲା ମାନଙ୍କୁ ଫୋନ୍ ଧରାଇ ଦେଉଛନ୍ତି । ଯାହାକି ପିଲା ମାନଙ୍କ ଉପରେ ଖୁବ୍ ଖରାପ ପ୍ରଭାବ ପକାଇଛି ।
ଯାହାଦ୍ଵାରା ପିଲାମାନେ ସୋସିଆଲାଇଜ୍ ହୋଇ ପାରୁ ନାହାନ୍ତି , ଘର ବାହାରକୁ ମଧ୍ୟ ଖେଳିବାକୁ ଯାଉ ନାହାନ୍ତି ଓ କାହାରି ସହିତ ମିଶି ମଧ୍ୟ ପାରନ୍ତି ନାହିଁ , ନିଜ ଆତ୍ମୀୟ ପ୍ରିୟଜନ ଙ୍କ ସହିତ ମଧ୍ୟ ସମ୍ପର୍କ ରଖି ପାରୁ ନାହାନ୍ତି , ଶିକ୍ଷା ମଧ୍ୟ ପ୍ରଭାବିତ ହେଉଛି ।ଆସନ୍ତୁ ଜାଣିବା ଯେଉଁସବୁ ସମସ୍ୟା ବିଶେଷ ଭାବରେ ଦେଖା ଯାଉଛି –
– ପିଲାମାନେ ମୋବାଇଲ୍ ଅଧିକ ବ୍ୟବହାର କରିବା ଦ୍ବାରା ସେମାନଙ୍କ ମାନସିକ ସ୍ଥିତି ପ୍ରଭାବିତ ହେଉଛି। ଠିକ୍ ଭାବରେ ନିଦ ମଧ୍ୟ ହେଉନାହିଁ ।
– ପରୀକ୍ଷା ସମୟରେ ମଧ୍ୟ ପିଲାମାନେ ଅଧିକ ସୋସିଆଲ ମିଡ଼ିଆ ରେ ବ୍ୟସ୍ତ ରହୁଛନ୍ତି ଓ ଯାହାଦ୍ଵାରା ଶିକ୍ଷା ମଧ୍ୟ ପ୍ରଭାବିତ ହେଉଛି ।
– କୁନି କୁନି ପିଲାମାନେ ଏତେ ଅଧିକ ମୋବାଇଲ୍ ରେ ବ୍ୟସ୍ତ ରହି ଯାଉଛନ୍ତି ଯେ ସେମାନେ ଅନ୍ୟ ସହିତ ଖେଳା ବୁଲା କରିବାକୁ ମଧ୍ୟ ପସନ୍ଦ କରୁ ନାହାନ୍ତି ।
– ଘରର ଅନ୍ୟ ସଦସ୍ୟ ଙ୍କ ସହିତ ସମୟ ମଧ୍ୟ ଅତିବାହିତ କରିବାକୁ ପସନ୍ଦ କରୁ ନାହାନ୍ତି। ଘରକୁ ଆସୁଥିବା ବନ୍ଧୁ ପରିଜନ ଙ୍କ ସହିତ ସେମାନଙ୍କର କୌଣସି ସମ୍ପର୍କ ରହୁନାହିଁ। ଏହାଦ୍ବାରା ଛୋଟ ପିଲା ଙ୍କ ମସ୍ତିସ୍କ ମଧ୍ୟ ବାଧା ପ୍ରାପ୍ତ କରୁଛି ମୋବାଇଲ୍ ଫୋନ୍ । ଯାହାକି ଗୋଟିଏ ବଡ଼ ଅସୁବିଧା ଅଟେ ।
ଛୋଟ ପିଲାଙ୍କୁ ଡିଜିଟାଲ ଦୁନିଆରୁ ଦୂରେଇ ରଖିବା ପାଇଁ ଆପଣାନ୍ତୁ ଏହିସବୁ ଉପାୟ –
– ସ୍କ୍ରିନ୍ ଟାଇମ୍ ଡିସାଇଡ୍ କରନ୍ତୁ : ସ୍କ୍ରିନ୍ ଟାଇମ୍ ଫିକ୍ସ କରିବା ଦ୍ୱାରା ଭଲ ଅଭ୍ୟାସ ଡେଭେଲପ ହେବା ସାହାଯ୍ୟ କରିଥାଏ ।ମୋବାଇଲ୍ ଠାରୁ ଦୂରେଇ ରହିବା ପାଇଁ ଏହି ଅଭ୍ୟାସ ସାହାଯ୍ୟ କରିବ । ଗୋଟିଏ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଫୋନ୍ ବ୍ୟବହାର ବନ୍ଦ୍ କରନ୍ତୁ ।
– ସ୍କ୍ରିନ୍ – ଫ୍ରୀ ଜୋନ୍ : ନିଜ ଘରେ ଏପରି କିଛି ସ୍ଥାନ ରଖନ୍ତୁ , ଯେଉଁ ଠାରେ ପିଲାଙ୍କୁ ମୋବାଇଲ୍ ବ୍ୟବହାର କରିବା ପାଇଁ ମନା କରିବା ଉଚିତ୍ , ଯେପରିକି ଖାଇବା ସ୍ଥାନ , ଠାକୁର ପୂଜା ସ୍ଥାନ , ଶୋଇବା ବେଡ୍, ପଢ଼ିବା ଟେବୁଲ୍ , ଇତ୍ୟାଦି ନିକଟରେ ଫୋନ୍ ବ୍ୟବହାର କରିବା ପାଇଁ ମନା କରନ୍ତୁ । ଏହା ଛଡା ପିଲାଙ୍କୁ ଏହାର ସକାରାତ୍ମକ ପ୍ରଭାବ ବିଷୟରେ ବୁଝାନ୍ତୁ ।
– ନିଜ ପିଲାଙ୍କୁ ଡିଜିଟାଲ ଆଡିକ୍ସନ୍ ର ଅସୁବିଧା ବିଷୟରେ ବୁଝାନ୍ତୁ : ଆଜିକାଲି ର ଜୀବନ ଶୈଳୀ ରେ ଡିଜିଟାଲ ଆଡିକ୍ସନ ଗୋଟିଏ ବଡ଼ ଅସୁବିଧା ର କାରଣ ଅଟେ । ତେଣୁ ନିଜ ସନ୍ତାନ ମାନଙ୍କୁ ତାର କ୍ଷତି ବିଷୟରେ କୁହନ୍ତୁ । ଡିଜିଟାଲ ଆଡିକ୍ସନ ପିଲା ମାନଙ୍କର ଶାରୀରିକ , ମାନସିକ ସ୍ତରରେ କିଭଳି ପ୍ରଭାବ ପକାଉଛି ସେ ବିଷୟରେ ବୁଝାଇବା ଆବଶ୍ୟକ ।