ଗାଁ ଗାଁରେ ପହଞ୍ଚିଲା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ, ୬୨,୮୫୭ ପ୍ରକଳ୍ପ ପାଇଁ ୧୫୫୪ କୋଟି ମଞ୍ଜୁର କରିଛନ୍ତି ରାଜ୍ୟ ସରକାର ।

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ସବୁ ଗାଁ ରେ ପହଞ୍ଚିଲା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ । ୨୦୧୮ ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପାଖାପାଖି ୩୧୪ ଦିନ ମଧ୍ୟରେ ରାଜ୍ୟର ୩୧୪ ବ୍ଲକ, ୬୭୯୮ ପଞ୍ଚାୟତରେ ପହଞ୍ଚି ପାରିଛି । ବର୍ତ୍ତମାନ ସୁଦ୍ଧା ୬୨ ହଜାର ୮୫୭ଟି ପ୍ରକଳ୍ପ ପାଇଁ ୧୫୫୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର ।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି “ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଲୋକମାନଙ୍କର ଅଂଶଗ୍ରହଣ ଓ ଉତ୍ସାହରେ ମୁଁ ବହୁତ ଖୁସି । ଯେ କୌଣସି ବିକାଶ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ଲୋକଙ୍କ ସହିତ ପ୍ରତ୍ୟକ୍ଷ ଯୋଗାଯୋଗ ଏବଂ ଟେକନୋଲୋଜି ପ୍ରୟୋଗରେ ଏହି ବିକାଶ କାର୍ଯ୍ୟକ୍ରମ ଏକ ଶ୍ରେଷ୍ଠ ଉଦାହରଣ । ଏହି କାର୍ଯ୍ୟକ୍ରମରେ ଲୋକଙ୍କ ସହିତ କଥା ହୋଇ, ଗାଁ ଲୋକଙ୍କ ପାଇଁ କାମ କରି ମୁଁ ବହୁତ ଖୁସି ।

ମୁ୍ଖ୍ୟମନ୍ତ୍ରୀ ଆଜି ୬ଟି ଜିଲ୍ଲାର ୮ଟି ବ୍ଲକ ପାଇଁ ମୋଟ୍ ୩୯.୫୩ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକ ଗୁଡ଼ିକ ହେଲେ ନୟାଗଡ଼, ଜଗତସିଂହପୁର, ଖୋର୍ଦ୍ଧା, ଝାରସୁଗୁଡ଼ା, ବଲାଙ୍ଗୀର, ରାୟଗଡ଼ା ଭଳି ଜିଲ୍ଲାର ବ୍ଲକ ଗୁଡ଼ିକ ପାଇଁ ରାଜ୍ୟ ସରକାର ପାଇଁ ଟଙ୍କା ମଞ୍ଜୁର କରିଛନ୍ତି ।

Leave a comment