ସୋମବାରଠୁ ସମସ୍ତ ରୁଟ୍ରେ ଗଡ଼ିବ ‘ମୋ ବସ୍’।
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୋମବାରଠୁ ଶୁକ୍ରବାର ପର୍ଯ୍ୟନ୍ତ ସମସ୍ତ ରୁଟ୍ରେ ଗଡ଼ିବ ‘ମୋ ବସ୍’। ସକାଳ ୭ଟାରୁ ସନ୍ଧା ୭ଟା ପର୍ଯ୍ୟନ୍ତ ଏହି ସୁବିଧା ମିଳିବ। ସପ୍ତାହାନ୍ତ ସଟ୍ଡାଉନ୍ରେ କେବଳ ରେଳ ଷ୍ଟେସନ୍ ଓ ବିମାନ ବନ୍ଦରକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ରୁଟ୍ରେ ମୋ ବସ୍ ସେବା ବନ୍ଦ ରହିବ । ବସ୍ରେ ଯାତ୍ରା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କ୍ରୁଟ୍ର ପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି । କରୋନା କଟକଣା କୋହଳ ହେବାପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ୨୫ଟି ରୁଟ୍ରେ ୧୯୪ଟି ବସ୍ ଚଳାଚଳ କରିବ । ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ସୁବିଧା ପାଇଁ ଶନିବାର ଓ ରବିବାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିମାନ ବନ୍ଦର ଓ ରେଳ ଷ୍ଟେସନରୁ କଟକ ଏବଂ ଭୁବନେଶ୍ୱର ଆସୁଥିବା ଯାତ୍ରୀମାନଙ୍କୁ ଏହି ସ୍ୱତନ୍ତ୍ର ସଟଲ ବସ୍ ସେବା ଯୋଗାଇ ଦିଆଯିବ । ବସ୍ରେ ଯାତ୍ରା ସମୟରେ କୌଣସି ଯାତ୍ରୀ ଛିଡା ହୋଇଯିବେନି । ଯେତିକି ସିଟ୍ ସେତିକି ଲୋକ ବସାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ଯାତ୍ରୀମାନେ ନିଜ ପାଖରେ ସାନିଟାଇଜର୍ ରଖିବାକୁ ପରାମର୍ଶ ଦିଆଯାଇଛି ।