ବିଧାୟକ:ଦ ଟିଉସନ ସାର

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ):କଥାରେ ଅଛି ଶାଶୁ ମାରୁଥିଲେ ବୋହୂକୁ ବୋହୂ ମାରୁଥାଏ ଚୁଲିମୁଣ୍ଡକୁ। ଅର୍ଥାତ ଶାଶୁ ବୋହୂକୁ ମାରିଲେ ବୋହୁ ନିଜ ରାଗ ଚୁଲି ଉପରେ ସୁଜାଇଥାଏ। ସେହି ନ୍ୟାୟ ଏବେ ଦେଖିବାକୁ ମିଳୁଛି ରାଜନୀତିରେ ତାହା ପୁଣି ନିଜକୁ ଶୃଙ୍ଖଳିତ ଦଳ କହିଆସୁଥିବା ବିଜେଡ଼ି ରେ । ନିଜର ସାହିତ୍ୟ ଚର୍ଚ୍ଚା ଏବଂ ବାକ ଚାତୁରୀ ପାଇଁ ଚର୍ଚ୍ଚାରେ ଥିବା ନୟାଗଡ଼ ବିଧାୟକ ଅରୁଣ ସାହୁ । ସେ ଚୁଲି ମୁଣ୍ଡକୁ ମାରିବା ଭଳି ଏକ କାମ କରିଛନ୍ତି ସୁଦୂର ମୟୁରଭଞ୍ଜ ଜିଲ୍ଲାରେ ତାହା ପୁଣି କିଛି ଦଳୀୟ ଛାତ୍ରଙ୍କ ସହିତ। ଅରୁଣ ସାହୁ ମୟୁରଭଞ୍ଜ ଜିଲ୍ଲାର ପର୍ଯ୍ୟବେକ୍ଷକ ଥିବାରୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କିଛି ଛାତ୍ରମାନେ ସେମାନଙ୍କ ସମସ୍ୟା ନେଇ ତାଙ୍କ ପାଖକୁ ଯାଇଥିଲେ । ପିଲାମାନଙ୍କ ସମସ୍ୟା ଶୁଣିବା ପରିବର୍ତ୍ତେ ସ୍ଥାନୀୟ ନେତାଙ୍କ ସହ ଆସିଥିବା ପିଲାମାନଙ୍କୁ ବସଉଠୁ କରିବାକୁ କହିଥିଲେ। ଥରେ ନୁହଁ କି ଦୁଇଥର ନୁହେଁ ବରଂ ୭୦ ଥର ବସଉଠୁ କରିବାକୁ କହିଥିଲେ। ଭାବିଲେ ଜଣେ ଯଦି ଆମକୁ ବସଉଠୁ କରିବାକୁ କୁହେ କେତେ ଖରାପ ଲାଗେ। ଯୁବ ସୁଲଭ ମାନସିକତାରେ ୭୦ ଥର ବସଉଠୁ ହୋଇଥିବା ତାଙ୍କ ପାଇଁ କେତେ ଲଜ୍ୟାଜନକ ହୋଇଥିବ ।

ପ୍ରକୃତରେ ଘଟଣା କ’ଣ? କ’ଣ ପାଇଁ ଅରୁଣ ଏମିତି ରାଗିଲେ? କାହାରାଗ ସେ ପିଲାଙ୍କ ଉପରେ ଅଜାଡ଼ିଲେ? ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପ୍ରତ୍ୟୁଷା ରାଜେଶ୍ୱରୀ ଦେବୀ ଙ୍କୁ କନ୍ଧମାଳରୁ ବିଜେପି ଲୋକସଭା ପ୍ରାର୍ଥୀ କରିବ ବୋଲି ଶୁଣିବାକୁ ମିଳୁଛି। ତେଣୁକରି ବିଜେଡ଼ି ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ ହାତଛଡା କରିବାକୁ ଚାହୁଁନଥିବାରୁ ଓ ତାଙ୍କ ସ୍ବାମୀ ଙ୍କ ସ୍ୱପ୍ନ ଥିଲା ନୟାଗଡ ବିଧାୟକ ହେବାକୁ ତେଣୁ ରାଜେଶ୍ୱରୀ ସ୍ୱାମୀଙ୍କ ସ୍ୱପ୍ନ ପାଇଁ ଦଳରେ ବହୁ ପୂର୍ବରୁ ସେ ଆଲୋଚନା କରିଥିଲେ।

ଏହାକୁ ନଜରରେ ରଖି ବିଜେଡି ତାଙ୍କୁ ନୟାଗଡ଼ ର ଏମଏଲଏ ପଦ ସହ ମନ୍ତ୍ରୀପଦ ଯାଚିପାରେ। ଆଉ ରାଣୀଙ୍କର ଯେତିକି ଲୋକପ୍ରିୟତା ରହିଛି ସେ ଅତି ସହଜରେ ନୟାଗଡ଼ ବିଧାନସଭା ଆସନରୁ ଜିତିପାରିବେ। କଥାରେ ଅଛି “ଯିଏ ଚାଖିଛି ଥରେ ଖୀରର ସର ନିତି ଧାଉଁ ଥିବ ଗଉଡ଼ ଘର”। ପଞ୍ଚାୟତରାଜ , ଆଇନ , ଉପମୁଖ୍ୟ ସଚେତକ ଇତ୍ୟାଦି ସବୁ ପଦରେ ରହିଲାପରେ ଅରୁଣ ସାହୁ କଣ ସାଧାରଣ ଏମପି ହୋଇ ରହିପାରିବେ ନା ସାଧାରଣ ବିଧାୟକ ଟିଏ ହୋଇ ରହିପାରିବେ। ଏହି କଥା ନିର୍ବାଚନ ର ବର୍ଷେ ପୂର୍ବରୁ ଜାଣିବାପରେ ସେ ଯେମିତି ମ୍ରିୟମାଣ ହୋଇପଡିଛନ୍ତି। ସେ ଥରେ ବିଧାୟକ ହୋଇସାରିଥିବା ପରେ ତାଙ୍କର ସମାମହିକ ପ୍ରଣବପ୍ରକାଶ ଦାସ ତୃତୀୟ ମହଲର ଗୁଡବୁକ୍ ରେ ବା ଭଲ ସମ୍ପର୍କରେ ଅଛନ୍ତି । କିନ୍ତୁ ତାଙ୍କ ଠାରୁ ଅନେକ ଥର ଜିତିଥିବା ବିଧାୟକ ଅରୁଣ ମଧ୍ୟ ଏତେ ପାୱାରଫୁଲ ହୋଇପରିନାହାନ୍ତି ।

ତେଣୁକରି ବବି ଯେତେକି ତୃତୀୟ ମହଲାର ନିକଟତର ହୋଇଛନ୍ତି ଆଉ ଯେଉଁଭଳି ଲାଖିକି ଅଛନ୍ତି ସେହି ତୁଳନାରେ ଅରୁଣ ଆଉ ନାହାନ୍ତି । ଯାହାକି ସେଇ ରାଗଟା ସେ ଛାତ୍ର କୁ ୭୦ ଥର ବସଉଠୁ କରାଇ ରାଗ ସୁଯାଇଥିବା ରାଜନୀତିକ ମହଲରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଅରୁଣ ଭୁବନେଶ୍ୱରର ରାଗ ମୟୁରଭଞ୍ଜ ରେ ସୁଜାଉଛନ୍ତି । ତେଣୁ ଏଠି ତୃତୀୟ ମହଲା ଅରୁଣ ଙ୍କ ଶାଶୁ ହୋଇଥିବା ବେଳେ ସେଇ ଛାତ୍ର ଟି ହୋଇଛି ଚୁଲିମୁଣ୍ଡ । ଅରୁଣ ବୋହୁଟି ପରି ଦିଜଣଙ୍କ ଭିତରେ ଛନ୍ଦି ହୋଇପଡିଛନ୍ତି । ଏହି ବସଉଠୁ ଘଟଣା ଏବେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଏହି ଘଟଣା କୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ବିଜେପି ଓ କଂଗ୍ରେସ ଏହାକୁ ବିରୋଧ କରୁଥିବାବେଳେ ବିଜେଡ଼ି ଅରୁଣ ଙ୍କ ଘଟଣାଟିକୁ ଚାପିଦେବାକୁ ଚେଷ୍ଟା କରୁଛି।

ଅପରପକ୍ଷରେ, ମୟୂରଭଞ୍ଜ ଜିଲ୍ଲା ଯୁବ ବିଜେପି ସଭାପତି କୁମାର ମଙ୍ଗଳମ କହିଛନ୍ତି-“ ଏହା ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ପ୍ରତି ଅପମାନ। ଏହାକୁ ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା କେବେ ହେଲେ ସାହିବ ନାହିଁ। ଆଗକୁ ଅରୁଣଙ୍କୁ ଜିଲ୍ଲା ଭିତରକୁ ପସେଇବାକୁ ଦିଆଯିବ ନାହିଁ। ଯଦି ସେ ଆସନ୍ତି, ଅଣ୍ଡା ମାଡ଼ କରାଯିବା ସହ କଳା ପତାକା ପ୍ରଦର୍ଶନ କରାଯିବ। ଅରୁଣ ସାହୁ ଯଥାଶୀଘ୍ର କ୍ଷମା ମାଗନ୍ତୁ।”

ମୟୂରଭଞ୍ଜ ଜିଲ୍ଲା ଯୁବ କଂଗ୍ରେସ ସଭାପତି ରାକେଶ ସିଂ କହିଛନ୍ତି-“୭ ଦିନ ଭିତରେ ଅରୁଣ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯିବ। କାରଣ ସେ ଛାତ୍ର ସମାଜକୁ ଅପମାନିତ କରିଛନ୍ତି।

Leave a comment