ବିଧାୟକ ମାନଙ୍କୁ ସମ୍ମାନ ଦିଆଯାଉନି : ନରସିଂହ

0

ବାରମ୍ବାର ସରକାରଙ୍କୁ ଦୃଷ୍ଟିଗୋଚର ହୋଇଥିଲେ ମଧ୍ୟ ଫଳ କିନ୍ତୁ ଶୂନ । ମୁଁ ମଧ୍ୟ ଆପଣଙ୍କୁ ଏ ବିଷୟରେ କହିଛି । ଆମେ କହିଛୁ କୌଣସି ସରକାରୀ କର୍ମଚାରୀଙ୍କୁ ଚିଠି ଲେଖିଲେ ସେମାନେ ଉତ୍ତର ରଖିବାକୁ ବାଧ୍ୟ ।ଆମେ କୌଣସି ସରକାରୀ କର୍ମଚାରୀଙ୍କୁ ଟେଲିଫୋନ କରିବୁ ସେମାନେ ଆମ ଫୋନ ଉଠାଇବେ । ଯଦି ସେମାନେ ଆମ ଫୋନ ନଉଠାଇବେ ତାହେଲେ ସେମାନେ ଆମକୁ କଲବ୍ୟାକ କରିବେ ।

ଏଥିରେ ସ୍ପଷ୍ଟ ଲେଖାହୋଇଛି । ଏମ୍‌ଏଲଏ ମାନଙ୍କୁ ଉପଯୁକ୍ତ ସମ୍ମାନ ମିଳୁନାହିଁ । ଅଧିକାଂଶ ସରକାରୀ କର୍ମଚାରୀ ଏମ୍‌ଏଲଏ ମାନଙ୍କୁ କାଭଁ ବି ସମ୍ମାନ ଦଉନାହାନ୍ତି । କିମ୍ବା ଲୋକଙ୍କ ସମସ୍ୟାକୁ ନେଇ କିମ୍ବା ସ୍ଥାନୀୟ ଆବଶ୍ୟକତାକୁ ନେଇ ଯେତେବେଳେ ଯାହା ଚିଠି ଲେଖୁଛନ୍ତି ତାର କୌଣସି ଉତ୍ତର ମିଳୁନାହିଁ ।ଗୋଟିଏ ବହୁତ ଅଶୋଭନୀୟ ପରିସ୍ଥିତି ସୃଷ୍ଟି ହୋଇଛି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଯେତେବେଳେ କୌଣସି କାର୍ଯ୍ୟକ୍ରମରେ ଶୁଭ ଦଉଛନ୍ତି କିମ୍ବା ଉଦଘାଟନ କରୁଛନ୍ତି ସେତେବେଳେ ସେଠାକାର ସ୍ଥାନ ବିଧାୟକଙ୍କ ନାଁ ସେଠାରେ ଲେଖାଯାଉନି କାହିଁକି? ଯଦି କୌଣସି କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ କାମ ନସରି ବି ସେଠାରେ ଉଦଘାଟନ କରିଦଉଛନ୍ତି । ଗୋଟିଏ ଗୋଟିଏ ଦିନରେ ପ୍ରାୟେ ୧୦୦ଟି ପ୍ରକଳ୍ପ ଉଦଘାଟନ କରୁଛନ୍ତି । ଏ ପରମ୍ପରା ବୋଧେ ଠିକ ନୁହେଁ । ଯଦି କୌଣସି ଶିଳାନ୍ୟାସ ହେଉଛି ସେ ପଥରରେ କାହିଁକି ସ୍ଥାନୀୟ ବିଧାୟକଙ୍କ ନାଁ ଲେଖାଯାଉନି ଯେଉଟାକି ସ୍ଥାନୀୟ ବିଧାୟକଙ୍କ ପାଇଁ ଅପମାନ । ଗଣତନ୍ତ୍ର ଶାସନରେ ଏପରି ହୁଏନି । ପ୍ରଧାନମନ୍ତ୍ରୀ ସଡକ ଯୋଜନା ଯେତେବେଳେ ଭିତ୍ତିପ୍ରସ୍ତର କରାଯିବ ସେତେବେଳେ ସ୍ଥାନୀୟ ବିଧାୟକଙ୍କ ଉପସ୍ଥିିତିରେ କରାଯିବ । ଏବଂ ମନ୍ତ୍ରୀ ଯଦି ଉଚ୍ଚ ପଦବୀରେ ଥିବେ ତାହାଲେ ଏମ୍‌ପି ସେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।

ଏଭଳି ଗୋଟିଏ ନାୟକ ଓଡିଶା ସରକାର କାହିଁକି ଦେଲେନି । କିନ୍ତୁ କାର୍ଯ୍ୟକ୍ରମ ଯାହାବି ହେଉନା କାହିଁକି ସ୍ଥାନୀୟ ବିଧାୟକଙ୍କ ନାଁ ସେଥିରେ ରହିବ ।ଉପଯୁକ୍ତ ସମ୍ମାନ ଦିଆଯିବ, ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିଲା ଯେତେବେଳେ ହୃଷି ସାହୁ ଚ୍ୟାୟାରମ୍ୟାନ ଥିଲେ । ବଲାଙ୍ଗୀର କଲେକ୍ଟରଙ୍କୁ ସେ ସମନ କରେ । ଥରଟୁଏ ସେ ଶିକ୍ଷିବା ଦରକାର ଯେ କେମିତି ସମ୍ମାନ ଦିଆଯାଏ । ଯେଉଁ କର୍ମଚାରୀମାନେ ଉତ୍ତର ରଖୁନାହାନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ । ସେଇଟା ଖାଲି କାଗଜକଲମ ଭିତରେ ନରହୁ ଏବଂ ଏହି ଗୃହ ଭିତରେ ନରହି ତୁରନ୍ତ କାର୍ଯ୍ୟନୁଷ୍ଠାନ ହେଉ । ସରକାର ସବୁ ପ୍ରକାର ସୀମା ପାର କରିଦେଲେଣି ।

Leave a comment

You cannot copy content of this page