ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ

ତିଳେଇବଣି ବିଡିଓଙ୍କୁ ମାଡ଼ ମାରିବା ଘଟଣା

0

ଦେବଗଡ : ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ କରିଛି ଦେବଗଡ ପୋଲିସ ବୋଲି ସୂଚନା ଦେଇଛନ୍ତି ଏସ୍ଡିପିଓ । ଭୁବନେଶ୍ୱର କ୍ୱାଟର୍ସରୁ ବିଧାୟକଙ୍କ ସହ ଦୁଇ ସହଯୋଗୀକୁ ଗିରଫ କରିଛି ପୋଲିସ । ଗତକାଲି ତିଳେଇବଣୀ ବିଡିଓଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।

ଏନେଇ ବିଡିଓ ଥାନାରେ ଅଭିଯୋଗ କରିଥିଲେ। ଗତକାଲି ତିଳେଇବଣି ବିଡିଓ, ଦେବଗଡ଼ ତହସିଲଦାର ଓ ରାଜସ୍ୱ ବିଭାଗ କର୍ମଚାରୀଙ୍କ ସହ ଛେପଲିପାଲି ପଞ୍ଚାୟତ ଭାଲିଆଗୁଡ଼ି ଗ୍ରାମରେ ଏକ ଯୁଗ୍ମ ତଦନ୍ତରେ ଯାଇଥିଲେ । ଏହି ସମୟରେ ସେଠାରେ ବିଧାୟକ ସୁବାସ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀ ପହଞ୍ଚି ବିଡିଓଙ୍କୁ ମାଡ ମାରିବା ସହ ଗାଡ଼ିରେ ଉଠାଇ ନେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।

Leave a comment