ନିମ୍ନମାନର କାମ ପାଇଁ ସରକାରୀ ଅଧିକାରୀଙ୍କୁ ଉଠବସ୍ କରାଇଲେ ବିଧାୟକ, ଦେଖନ୍ତୁ ଭିଡ଼ିଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାସ୍ତା କାମ ଚାଲିଥିବା ବେଳେ ନିମ୍ନମାନର କାର୍ଯ୍ୟ ହେଉଥିବାରୁ ରାସ୍ତା ନିର୍ମାଣ ଦାୟିତ୍ବରେ ଥିବା କନିଷ୍ଠ ନିର୍ବାହୀ ଯନ୍ତ୍ରୀଙ୍କୁ ଉଠବସ ହେବାକୁ ପଡ଼ିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କନିଷ୍ଠ ନିର୍ବାହୀ ଯନ୍ତ୍ରୀଙ୍କୁ ଉଠବସ କରାଇଛନ୍ତି ସ୍ଥାନୀୟ ବିଧାୟକ । ତେବେ ଜଣେ ସରକାରୀ ଅଧିକାରୀଙ୍କୁ ଲୋକଙ୍କ ଆଗରେ ଏଭଳି ଅପମାନିତ କରାଯାଇଥିବା ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସ୍ଥିତ ବେଲପଡ଼ାର ବୋଲି ଜଣାପଡିଛି ।

ବେଲପଡା ଅଞ୍ଚଳରେ ଚାଲିଥିବା ରାସ୍ତା କାମ ନିମ୍ନମାନର ହେଉଥିବାରୁ ରାସ୍ତା ଉପରେ ସରକାରୀ ଅଧିକାରୀଙ୍କୁ ଦଣ୍ଡିତ କରିଛନ୍ତି ନବନିର୍ବାଚିତ ପାଟଣାଗଡ଼ ବିଧାୟକ ସରୋଜ ମେହେର । ସେ ଜଣେ ସରକାରୀ ଅଧିକାରୀଙ୍କୁ ଉଠବସ କରାଉଥିବା ଭିଜୁଆଲ ସୋଶାଲ ମିଡିଆରେ ଭାଇରାଲ ହୋଇଛି । ନିମ୍ନମାନର ରାସ୍ତା କାମ ଯୋଗୁ ସେ ସମ୍ପୃକ୍ତ ଅଧିକାରୀ ତଥା କଣ୍ଟାବାଞ୍ଜି ପିଡବ୍ଲୁଡି କନିଷ୍ଠ ଯନ୍ତ୍ରୀ ଯଶବନ୍ତ ଶବରଙ୍କୁ ଦାୟୀ କରି ଶହେ ଥର ବସଉଠ ହେବାକୁ କହୁଥିବା ସେହି ଭିଜୁଆଲରେ ଦେଖିବାକୁ ମିଳିଛି ।

Leave a comment