ବିଜେପି ବିଧାୟକ କୁଲଦୀପ ଦଳରୁ ବହିଷ୍କୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦଳରୁ ବହିଷ୍କୃତ ହେଲେ ଉନ୍ନାଓ ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗର । ପିଡ଼ିତାକୁ ହତ୍ୟା ଉଦ୍ୟମ କରିବା ଅଭିଯୋଗ ଆସିବାପରେ କୁଳଦୀପ ଙ୍କୁ ଦଳରୁ ବହିଷ୍କାର କରାଯାଇଛି । ପୂର୍ବରୁ ଉନ୍ନାଓ ଦୁଷ୍କର୍ମ ଘଟଣା ସମ୍ନାକୁ ଆସିବାପରେ ତାଙ୍କୁ ବିଜେପି ଦଳରୁ ନିଲମ୍ବନ କରାଯାଇଥିଲା । ଅପରପକ୍ଷରେ କାର୍ଯ୍ୟରେ ଅବହେଳା କରଥିବା ଦର୍ଶାଇ ପିଡ଼ିତାଙ୍କ ସୁରକ୍ଷା ଦାୟିତ୍ବରେ ଥିବା ୩ଜଣ ପୋଲିସ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଛି ।
ସୂଚନା ଅନୁଯାୟୀ, ଉନ୍ନାଓ ଦୁଷ୍କର୍ମ ପିଡ଼ିତା ଗତ ରବିବାର ଦିନ ନିଜ ପରିବାର ଓ ଓକିଲଙ୍କ ସହ ଗାଡ଼ିରେ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଦୁର୍ଘଟଣାରେ ପିଡିତାଙ୍କ ଖୁଡ଼ି ଓ ମାଉସୀଙ୍କ ମୃତ୍ୟୁ ଘଟିଥିବା ବେଳେ ପିଡ଼ିତା ଓ ତାଙ୍କ ଓକିଲ ଗୁରୁତର ଆହତ ହୋଇଥିଲେ । ଏହି ଦୁର୍ଘଟଣା ଏକ ସୁପରିକଳ୍ପିତ ଦୁର୍ଘଟଣା ଥିଲା ବୋଲି ଅଭିଯୋଗ ଆସିବା ପରେ ବିଜେପି ସାଂସଦ କୁଲଦୀପ ସିଂ ସେଙ୍ଗରଙ୍କ ବିରୋଧରେ ହତ୍ୟା ଏବଂ ହତ୍ୟା ଷଡଯନ୍ତ୍ର ଅଭିଯୋଗରେ ମଧ୍ୟ ମାମଲା ରୁଜୁ ହୋଇଥିଲା । ଏହି ଅଭିଯୋଗକୁ ଭିତ୍ତି କରି ବଜେପି ଦଳରୁ ବିଧାୟକ କୁଳଦୀପଙ୍କୁ ବହିଷ୍କାର କରାଯାଇଛି ।