ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ଓ ପତ୍ନୀଙ୍କ ବିରୋଧରେ ଏତଲା, ଜାଣନ୍ତୁ କାହିଁକି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପତ୍ନୀ ଯୋଗୀତା ବାଲୀ ଏବଂ ପୁଅ ମହାକ୍ଷୟଙ୍କ ବିରୋଧରେ ମୁମ୍ବାଇର ଓ ସିବାରା ପୁଲିସଷ୍ଟେସନରେ ଜଣେ ମହିଳା ଏଫ୍ଆଇଆର୍ ଦେଇଛନ୍ତି । ମହିଳା ଜଣକ ମହାକ୍ଷୟଙ୍କ ନାମରେ ଦୁଷ୍କର୍ମ, ଗର୍ଭପାତ ଏବଂ ଧୋକା ଦେଇଥିବା ଅଭିଯୋଗ ଆଣିଛନ୍ତି । ଏହାଛଡ଼ା ଯୋଗୀତା ତାଙ୍କୁ ବାରମ୍ବାର ଧମକଚମକ ଦେଉଥିବା ସମ୍ପର୍କରେ ଅଭିଯୋଗ ଆଣିଛନ୍ତି ମହିଳା ଜଣକ । ମହିଳା ଜଣଙ୍କ ନିଜ ପିଟିସନ୍ରେ ଲେଖିଛନ୍ତି ଯେ, ସେ ୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ମହାକ୍ଷୟଙ୍କ ସହ ରିଲେସନ୍ଶିପ୍ରେ ଥିଲେ।
ରିଲେସନ୍ଶିପ୍ରେ ଥିବା ସମୟରେ ମହାକ୍ଷୟ ତାଙ୍କୁ ବିବାହ କରିବେ ବୋଲି କଥା ଦେଇଥିଲେ। ଏପରିକି ମହାକ୍ଷୟ ନିଜ ଅନ୍ଧେରୀ ୱେଷ୍ଟ୍ ସ୍ଥିତ ଫ୍ଲାଟ୍ ଦେଖାଇନେବା ବାହାନାରେ ସେଠାରେ ସଫ୍ଟ ଡ୍ରିଙ୍କ୍ରେ ନିଶାଦ୍ରବ୍ୟ ମିଶାଇ ତାଙ୍କୁ ଦୁଷ୍କର୍ମ କରିଥିଲେ। ପରେ ତାଙ୍କୁ ବାଧ୍ୟ କରି ଗର୍ଭପାତ କରାଇଥିଲେ । ୨୦୧୮ରେ ମହାକ୍ଷୟ ତାଙ୍କୁ ବିବାହ କରିପାରିବେ ନାହିଁ ବୋଲି ମନା କରିବା ସହ ମା’ ଯୋଗୀତା ତାଙ୍କୁ ଦୂରେଇ ରହିବାକୁ ଧମକଚମକ ଦେଇଥିଲେ ବୋଲି ମହିଳା ଜଣକ ପିଟିସନରେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ ମହିଳା ଜଣକ ୨୦୧୮ ଜୁନ୍ରେ ଦିଲ୍ଲୀ ବେଗମପୁର ଥାନାରେ ମହାକ୍ଷୟ ଏବଂ ଯୋଗୀତାଙ୍କ ବିରୋଧରେ ଏଫ୍ଆଇଆର୍ ଦେଇଥିଲେ। ଏହି ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମ୍ବ୍ରାଞ୍ଚକୁ ଦିଆଯାଇଥିଲା। ପରେ ଦିଲ୍ଲୀର ଏକ କୋର୍ଟ ଏହି ମାମଲାରେ ଉଭୟ ମା-ପୁଅଙ୍କୁ ଅଗ୍ରୀମ ଜାମିନ୍ ପ୍ରଦାନ କରିଥିଲେ ।