ମାଟିତଳୁ ମହିଳାଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର; ଡିଏନ୍ଏ ଟେଷ୍ଟ କରିବ ବଲାଙ୍ଗିର ପୋଲିସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ନୂଆ ମୋଡ। ମହାଲିଙ୍ଗ ଷ୍ଟାଡିୟମରୁ ଆଜି ଜଣେ ମହିଳାଙ୍କ ଦରପୋଡ଼ା ମୃତଦେହ ହୋଇଛି । ଏହି ଶବ ସଂପୃକ୍ତ ନିଖୋଜ ଶୀକ୍ଷୟିତ୍ରୀ ମମିତାଙ୍କ ବୋଲି ସନ୍ଦେହ କରି ଆଜି ପୋଲିସ୍ ଷ୍ଟାଡିୟମରେ ଖୋଳାଖୋଲି ଆରମ୍ଭ କରିଛି । ବଡ଼ କଥା ହେଉଛି ପୋଲିସ ଯହା ଆଶଙ୍କା କରୁଥିଲା ତାହା ହିଁ ସତ ସାବ୍ୟସ୍ତ ହେବାକୁ ଯାଉଛି, ମାଟି ଖୋଲିବା ପରେ ଏହି ମୃତଦେହକୁ ଉଦ୍ଧାର କରିଛି ପୋଲିସ୍ । ମୃତଦେହ ନିକଟରୁ ସୁନା ଚେନ୍, ପାଉଁଜି ମିଳିଛି । ମୃତଦେହ ଓ ପାଖରୁ ମିଳିଥିବା ସାମଗ୍ରୀକୁ ଜବତ କରି ଏବେ ତଦନ୍ତ କରାଯାଉଛି । ମୃତଦେହର ଡିଏନ୍ଏ ଟେଷ୍ଟ କରାଯିବ । ଏହାପରେ ହି ସ୍ପଷ୍ଟ ହେବ କି କାହାର ଏହା ମୃତଦେହ । ଆଜି ମୃତଦେହ ଉଦ୍ଧାର ବେଳେ ପାଖରେ ମମିତା ମେହେରଙ୍କ ପରିବାରଲୋକେ ଉପସ୍ଥିତଥିଲେ।
ସୂଚନା ଥାଉକି, ସାରା ରାଜ୍ୟରେ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗରୁ ଏକ ଘରୋଇ ଇଂଲିଶ୍ ମିଡିୟମ୍ ସ୍କୁଲର ଜଣେ ଯୁବ ଶିକ୍ଷୟିତ୍ରୀଙ୍କ ରହସ୍ୟଜନକ ନିଖୋଜକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଘଟଣାକୁ ୧୦ ଦିନ ବିତିଯାଇଥିଲେ ପୋଲିସ କୌଣସି ପ୍ରମାଣ ପାଇପାରିନଥିଲା ।ପରିବାର ଲୋକେ ଝିଅର ନିଖୋଜ ପାଇଁ ସ୍କୁଲ୍ ସଭାପତିଙ୍କୁ ସିଧାସଳଖ ଦାୟୀ କରି ଥାନାରେ ଏତଲା ବି ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନିର୍ବାଚନ ମଣ୍ଡଳୀରେ ଘଟିଛି ଏହି ଘଟଣା ।ପୋଲିସ୍ ଏ ସଂପର୍କରେ ମୁହଁ ଖୋଲୁ ନଥିବା ବେଳେ ବିରୋଧୀ ନେତା କହିଛନ୍ତି ଶିକ୍ଷାନୁଷ୍ଠାନରେ ଚାଲିଥିବା ଯୌନ କେଳେଙ୍କାରୀର ଏହା ପରିଣାମ।
ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ ମହାଲିଙ୍ଗ କଲେଜ ଓ ସନ୍ସାଇନ୍ ଇଂଲିଶ୍ ମିଡିୟମ ସ୍କୁଲ ସଭାପତି ଗୋବିନ୍ଦ ସାହୁଙ୍କୁ ଖୋଲା ଚାଲେଞ୍ଜ ଦେଇଥିଲେ ମମିତା । ଗୋବିନ୍ଦ ସାହୁ କୁଆଡ଼େ ଶିକ୍ଷାନୁଷ୍ଠାନର ଝିଅମାନଙ୍କ ସହ ରଖୁଛନ୍ତି ଅନୈତିକ ସମ୍ପର୍କ । ଆଉ ଏହି ଗୁମରର ଖୁଲାସା କରିବାକୁ ଧମକ ଦେଇଥିଲେ ମମିତା । ଏପରିକି ସୋସିଅାଲ୍ ମିଡିଆ ରେ ସହଯୋଗୀ ଶିକ୍ଷୟିତ୍ରୀଙ୍କ ସହ ମିଶି ଏକ ଫେକ୍ ଆଇଡି ତିଆରି କରିଥିଲେ ମମିତା । କିନ୍ତୁ ଯୋଜନା କାଯର୍ୟକାରୀ ହେବା ଅାଗରୁ ମମିତା ହୋଇଥିଲେ ନିଖୋଜ, ତାପୂର୍ବରୁ ମମିତାଙ୍କୁ ସ୍କୁଲ ସଭାପତି ଗୋବିନ୍ଦ ସାହୁ ମିଟିଂ ବାହାନା କରି ଡକାଇଥିଲେ ବୋଲି କହିଛନ୍ତି ମମିତାଙ୍କ ସହଯୋଗୀ ଶିକ୍ଷୟିତ୍ରୀ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭିଯୁକ୍ତ ଗୋବିନ୍ଦ ସାହୁ ୪ ଦିନ ଧରି ହେପାଜତରେ ରହିବା ପରେ ଚଂପଟ୍ ମାରିଛି।