ମିସ୍‌ ୟୁନିର୍ଭସର ମୁକୁଟ ପିନ୍ଧିଲେ ଆମେରିକାର ବୋନୀ ଗାବ୍ରିଏଲ

0

ଆମେରିକା ସୁନ୍ଦରୀ ବୋନୀ ଗାବ୍ରିଏଲ ହେଲେ ୭୧ ତମ ମିସ୍‌ ୟୁନିର୍ଭସ। ବିଶ୍ବର ୮୪ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ୨୦୨୨ ମିସ୍‌ ୟୁନିର୍ଭସର ମୁକୁଟ ପିନ୍ଧିଛନ୍ତି ବୋନୀ ଗାବ୍ରିଏଲ ଗାବ୍ରିଏଲ। ତାଙ୍କୁ ୨୦୨୧ର ମିସ୍‌ ୟୁନିର୍ଭସ ତଥା ଭାରତ ହରନାଜ ସାନ୍ଧୁ ତାଙ୍କୁ ବିଜୟ ତାଜ୍‌ ପିନ୍ଧାଇ ମିସ୍‌ ୟୁନିର୍ଭସ ସମ୍ମାନରେ ସମ୍ମାନୀତ କରିଛନ୍ତି।

ମିସ୍ ୟୁନିଭର୍ସ ପାଇଁ ଟପ୍ ୩ କଣ୍ଟେଷ୍ଟାଣ୍ଟଙ୍କୁ ବଛାଯାଇଥିଲା । ଏଥିରେ ମିସ୍ ଭେନଜୁଏଲା, ମିସ୍ ୟୁଏସଏ ଓ ମିସ୍ ଡୋମିନିକନ୍ ଥିବାବେଳେ ପ୍ରଥମ ସ୍ଥାନ ଅଧିକାର କରିପାରିଥିଲେ ମିସ୍ ୟୁଏସଏ ବୋନୀ ଗାବ୍ରିଏଲ । ଆମେରିକାର ଲୁଇସିଆନା ନ୍ୟୁ ଅର୍ଲେଆନ୍ସ ସହରରେ ଆୟୋଜିତ ହୋଇଥିଲା ଏହି ପ୍ରତିଯୋଗିତାର ଫାଇନାଲ । ମିସ୍ ୟୁନିଭର୍ସ ୨୦୨୨ ବ୍ୟୁଟି ପ୍ୟାଜେଣ୍ଟଣ୍ଟର ଘୋଷଣା କରାଯାଇଥିଲା । ଏଥିରେ ସାରା ବିଶ୍ୱର ୮୪ ଜଣ ପ୍ରତିଯୋଗିତା ଭାଗ ନେଇଥିଲେ । ଏଥିରେ ଆମେରିକାର ବୋନୀ ଗାବ୍ରିଏଲ ମିସ୍ ୟୁନିଭର୍ସ ମୁକଟ ପିନ୍ଧିଥିବାବେଳେ ଭାରତ ସୁନ୍ଦରୀ ଦିବିତା ରାୟଙ୍କୁ ଟପ୍ ୫ରେ ବି ସ୍ଥାନ ମିଳିପାରିନାହିଁ ।

ମିସ୍‌ ୟୁନିର୍ଭସର ପ୍ରଥମ ରନର୍ସଅପ ଭେନେଜୁଆଲର ଅମନ୍ଦା ଡୁଡାମେଲ ହୋଇଥିବା ବେଳେ ଦ୍ୱିତୀୟ ରନର୍ସଅପର ମୁକୁଟ ଡୋମିନିକାନ ରିପ୍ଲବିକର ଆଣ୍ଡ୍ରେଇନା ମାର୍ଟିନେଜ ହାତେଇଛନ୍ତି।

Leave a comment