ସଞ୍ଜିବନୀ ଦାସ ଅପେରା ମିସ୍ ଟିନ୍ ଇଣ୍ଡିଆ ରନର୍ସ ଅପ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଠଗଡ ଏନଏସି ଅନ୍ତର୍ଗତ ଗଦାସାହିର ଝିଅ ସଞ୍ଜିବନୀ ଦାସ ଅପେରା ମିସ୍ ଟିନ୍ ଇଣ୍ଡିଆ ରନର୍ସ ଅପ୍ ହୋଇ ଆଠଗଡ ତଥା ସାରା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ମହାମାରୀ କରୋନା ସମୟରେ ସେ ଆଠଗଡ ଅଞ୍ଚଳର ବିଭିନ୍ନ ସ୍ଥାନରେ ସଚେତନତା ସୃଷ୍ଟି କରିବା ସହିତ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟ କରି ବିଚାରକ ମଣ୍ଡଳୀଙ୍କୁ ଢେର ପ୍ରଭାବିତ କରିଥିଲେ ।
ଗତ ଫେବୃଆରୀ ୨୦ ତାରିଖରେ ଅନଲାଇନ ମାଧ୍ୟମରେ ଏହି ଜାତୀୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ବିଚାରକମାନଙ୍କ ସମସ୍ତ ଟାସ୍କ ପୂରଣ କରି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ଫାଇନାଲ ପର୍ଯ୍ୟାୟରେ ସେ ବିଚାରପତିମାନଙ୍କୁ ନିଜର ବ୍ୟକ୍ତିତ୍ଵ ଏବଂ କାର୍ଯ୍ୟ ମାଧ୍ୟମରେ ପ୍ରଭାବିତ କରି ଦ୍ଵିତୀୟ ରନର୍ସ ଅପ୍ ହୋଇ ଇତିହାସ ସୃଷ୍ଟି କରିଛନ୍ତି ।
ଏଥି ପୂର୍ବରୁ ସେ ଓଡ଼ିଶା କୁଇନ୍, ଡାଇମଣ୍ଡ କୁଇନ୍ ରେ ଦ୍ବିତୀୟ ରନର୍ସ ଅପ୍, ନିଆରା କୁଇନ୍ ରେ ପ୍ରଥମ ରନର୍ସ ଅପ୍, ଓମେନ୍ ଆଚିଭର ଆଓ୍ଵାର୍ଡ, ମ୍ୟାଜିକ୍ ବୁକ୍ ଅଫ୍ ରେକର୍ଡସର ମଲ୍ଟି ଟାଲେଣ୍ଟେଡ୍ ସାଇନିଂ ଷ୍ଟାର ଭଳି ଅନେକ ରାଜ୍ୟ ଏବଂ ଜାତୀୟ ସ୍ତରରେ ବିଜେତା ହୋଇଛନ୍ତି ।

ମା’ ନିର୍ମଳା ଦାସ ଏବଂ ବାପା ସନ୍ତୋଷ କୁମାର ଦାସଙ୍କ କନ୍ୟା ସଞ୍ଜିବନୀ ବର୍ତ୍ତମାନ ଆଠଗଡ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନରେ ନିଜର ସ୍ନାତକ ପଢା ଜାରି ରଖିବା ସହିତ ମଡେଲିଂ ତାଙ୍କର ନିଶା ବୋଲି କହିଛନ୍ତି କରିଛନ୍ତି ।

Leave a comment