ଓଡ଼ିଆ ଆଇଏଏସ୍‌ଙ୍କୁ ପଶ୍ଚିମବଙ୍ଗ ପୋଲିସର ଦୁର୍ବ୍ୟବହାର

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଣେ ଓଡ଼ିଆ ଆଇଏଏସ୍‌ ଅଫିସରଙ୍କୁ ପଶ୍ଚିମବଙ୍ଗ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଦୁର୍ନୀତି ମାମଲାର ଅନୁଧ୍ୟାନ ପାଇଁ ଅାସିଥିବାବେଳେ ସବ୍‌ଡିଭିଜନାଲ ଅଫିସର ସ୍ମୃତିରଞ୍ଜନ ମହାନ୍ତିଙ୍କୁ ଏସ୍‌ଡିପିଓ ଅଟକ ରଖିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି ।

ଏନେଇ ସ୍ମୃତିରଞ୍ଜନ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଏବଂ ଗୃହ ସଚିବଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ବୀରଭୂମି ଜିଲ୍ଲା ରାମପୁରହାଟ ଥାନା ଅଞ୍ଚଳରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ କ୍ରସର ମାଲିକମାନେ ବାରମ୍ବାର ଅଭିଯୋଗ କରିଅାସୁଥିଲେ । ଥାନା ଅଧିକାରୀ ତାଙ୍କୁ ଧମକାଇ ଚାନ୍ଦା ଅାଦାୟ କରୁଥିବା ଅଭିଯୋଗ ହେଉଥିଲା । ଏନେଇ ଅାଇନଶୃଙ୍ଖଳା ପରିସ୍ଥିତି ଉପୁଯିବା ଅାଶଙ୍କାରେ ଏସଡିପିଓ ସ୍ମୃତିରଞ୍ଜନ ରାମପୁରହାଟ ଥାନା ଅଧିକାରୀଙ୍କୁ ଫୋନ କରିଥିଲେ । ମାତ୍ର ଥାନା ଅଧିକାରୀ ଫୋନ୍ ନ ଉଠାଇବାରୁ ସେ ଥାନାକୁ ଅାସିଥିଲେ । ଏସ୍‌ଡିପିଓ ଥାନାରେ ପହଞ୍ଚିବା ପରେ ଥାନା ଅଧିକାରୀ ତାଙ୍କୁ ଜୋର ପାଟିରେ କଥାବାର୍ତ୍ତା କରିବା ସହ ଦୁର୍ବ୍ୟବହାର କରିଥିଲେ । ଏହାସହ କବାଟ ବନ୍ଦ କରି ଥାନା ଭିତରେ ତାଙ୍କୁ ଅଟକ ରଖିଥିଲେ ବୋଲି ସ୍ମୃତିରଞ୍ଜନ କହିଛନ୍ତି ।

Leave a comment