ପରୀ ରଥ ଗଡି ମଧ୍ୟ ନାବାଳିକା ନିର୍ଯାତନାର ଶିକାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଶିଶୁକନ୍ୟାଙ୍କ ସୁରକ୍ଷା ନେଇ ରାଜ୍ୟସାରା ବୁଲୁଛି ପରୀ ରଥ। ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯାଇ ଶିଶୁକନ୍ୟାଙ୍କ ସୁରକ୍ଷା ଦିଗରେ ସଭିଏଁ ସଚେତନ ହେବାକୁ ବାର୍ତ୍ତା ଦିଆଯାଉଛି। କିନ୍ତୁ କୌଣସି ସ୍ଥାନରେ ଏହାର ପ୍ରଭାବ ପଡୁଥିବା ମନେ ହେଉନି। ବିଭିନ୍ନ ସ୍ଥାନରେ ନବାଳିକାମନେ ନିର୍ଯାତନାର ଶିକାର ହେଉଥିବା ଦେଖାଯାଉଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳରେ। ଜଣେ ୧୪ବର୍ଷୀୟା ନାବାଳିକା ବସରୁ ଓହ୍ଲାଇ ଘରକୁ ଆସୁଥିବା ବେଳେ ୪ଜଣ ଦୁର୍ବୃତ୍ତ ତାଙ୍କୁ ଟେକି ନେଇ ବଳାତ୍କାର କରିଛନ୍ତି। ଏ ନେଇ ସମ୍ପୃକ୍ତା ନାବାଳିକା ବଡ଼ବିଲ ଥାନାରେ ଅଭିଯୋଗ କରିଛନ୍ତି।

ଘଟଣା କ୍ରମେ

ଗତ ୧୭ ତାରିଖରେ ବଡବିଲ ମହୋତ୍ସବର ମୀନାବଜାର ବୁଲି ନାବାଳିକା ଜଣକ ବସ ଯୋଗେ ଘରକୁ ଫେରୁଥିଲେ। ଭଦ୍ରାସାହି ନିକଟରେ ସେ ବସରୁ ଓହ୍ଲାଇବା ପରେ ୪ ଜଣ ଯୁବକ ତାଙ୍କୁ ଏକ ପରିତ୍ୟକ୍ତ ଘରକୁ ଟେକି ନେଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣେ ବଳାତ୍କାର କରିଥିବା ନାବାଳିକା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଶିବୁ ମୁଣ୍ଡାକୁ ଗିରଫ କରିଛି। ଏହା ସହ ଶିବୁର ତିନି ଜଣ ସହଯୋଗୀଙ୍କୁ ମଧ୍ୟ ଆଜି ଗିରଫ କରି ତଦନ୍ତ ଚଳାଇଛି ପୋଲିସ ।

Leave a comment