ମନ୍ତ୍ରୀ ଓ ବିଧାୟକଙ୍କ ଘର ଖାଁ ଖାଁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାରେ ମହାମାରୀ କରୋନାର ପ୍ରଥମ ରୋଗୀ ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳରେ ଚିହ୍ନଟ ହେବାପରେ ରାଜ୍ୟବାସୀ ଭୟଭୀତ ହୋଇଯାଇଛନ୍ତି । ଧୀରେ ଧୀରେ ଏହାର ପ୍ରଭାବ ଭୁବନେଶ୍ୱରରେ ଦେଖିବାକୁ ମିଳୁଛି । ଯେଉଁ ସ୍ଥାନରେ ସବୁ ସମୟରେ ଗହଳି ଲାଗି ରହୁଥିଲା । ଆଜି ସବୁ ଶୂନସାନ । ଅତି ଆବଶ୍ୟକ ନହେଲେ ଲୋକ ଘରୁ ବାହାରିବାକୁ ଇଚ୍ଛା କରୁନାହାଁନ୍ତି । ସେହିପରି ଏସବୁ ମଧ୍ୟରୁ ମନ୍ତ୍ରୀଙ୍କ ଘର ମଧ୍ୟ ବାଦ ପଡିନି । ଦିନେ ଯେଉଁ ମନ୍ତ୍ରୀ ଓ ବିଧାୟକଙ୍କ ସରକାରୀ ବାସଭବନରେ ଜନଗହଳି ଲାଗିରହୁଥିଲା । ଆଜି ସବୁ କିଛି ଖାଁ ଖାଁ । କୌଣସି ଅଭିଯୋଗ କିମ୍ବା ସାହାଯ୍ୟ ଆଶା ନେଇ କେହି ଆସୁଥିବା ଦେଖିବାକୁ ମିଳୁନାହିଁ । ସେହିପରି ମନ୍ତ୍ରୀ ଓ ବିଧାୟକମାନେ କରୋନା ଭୟରେ କାହା ସହ ଦେଖା କରୁବାକୁ ଅନିଚ୍ଛା ପ୍ରକାଶ କରୁଥିବା ଦେଖିବାକୁ ମିଳିଛି ।

ଅପରପକ୍ଷରେ ଓଡ଼ିଶାବାସୀଙ୍କୁ ସରକାରଙ୍କ ଡଭାଇଜାରୀ ଅନୁଯାୟୀ କାମ କରିବାକୁ ଏବଂ ବିଦେଶରୁ ଫେରିଥିବା ବ୍ୟକ୍ତି ସରକାରଙ୍କୁ ଟୋଲ ଫ୍ରି  ନମ୍ବର ୧୦୪ରେ ସମସ୍ତ ତଥ୍ୟ ପ୍ରଦାନ କରିବାକୁ ମନ୍ତ୍ରୀ ଅରୁଣ ସାହୁ ଓ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟାକ୍ଷ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଭିଡ଼ିଓ ମଧ୍ୟରେ ବାର୍ତ୍ତା ଜାରି କରିଛନ୍ତି ।

Leave a comment