ବିଜେପି ସାଂସଦଙ୍କ ଚାଞ୍ଚଲ୍ୟକର ଖୁଲାସା: ସୁଶାନ୍ତ ସିଂଙ୍କୁ ହତ୍ୟା କରାଯିବା ସମୟରେ ତାଙ୍କ ଘରେ ମହାରାଷ୍ଟ୍ରର ଜଣେ ମନ୍ତ୍ରୀ ଉପସ୍ଥିତ ଥିଲେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଲିଉଡ ଇଣ୍ଡଷ୍ଟ୍ରୀଜ୍ ରେ ଜଣା ଶୁଣା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୪ ମାସ ବିତି ସାରିଲାଣି । ହେଲେ ଏହି ୪ ମାସ ଭିତରେ ତାଙ୍କ ମୃତ୍ୟୁକୁ ନେଇ କେତେ କେତେ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି । କିଏ ଏହାକୁ ଆମହତ୍ୟା କହୁଛି ତ କିଏ ଏହାକୁ ହତ୍ୟା କହୁଛି । ଏହାକୁ ନେଇ ସିବିଆଇ ତଦନ୍ତ ଚାଲିଥିବା ବେଳେ ଏହି ସଂସ୍ଥା ଏବେ ବି ଶେଷ ନିଷ୍ପତ୍ତିରେ ପହଞ୍ଚିପାରି ନାହିଁ । ଗୋଟିଏ ପଟେ ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ଏବେ ବି ବଲିଉଡରେ ଭୂକମ୍ପ ଦେଖା ଦେଉଛି । କଙ୍ଗନା ରାନାୱତ ଓ ମହାରାଷ୍ଟ୍ର ସରକାର ମଧ୍ୟରେ ଏହାକୁ ନେଇ ଆରମ୍ଭ ହୋଇଥିବା ବିବାଦ ବ୍ୟକ୍ତିଗତ ସ୍ଥରକୁ ଆସି ସାରିଛି ।
ଅନ୍ୟପଟେ ରାଜନୈତିକ ଦୃଶ୍ୟପଟ୍ଟରେ ନିର୍ବାଚନ ସମୟରେ ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲା ବି ମୁଦ୍ଦା ହୋଇସାରିଛି । ବିହାର ନିର୍ବାଚନ ପ୍ରଚାର ବେଳେ ଭୋଜପୁରୀ ଗୀତିକାର ତଥା ବିଜେପି ଏମ ପି ମନୋଜ ତିୱାରୀ ବି ସିଧାସଳଖ କହିଥିଲେ କି ସୁଶାନ୍ତ ସିଂଙ୍କୁ କଂଗ୍ରେସ ହତ୍ୟା କରିଛି । ଏହାକୁ ନେଇ ବିହାର ନିର୍ବାଚନରେ ବିବାଦ ଦେଖା ଦେଇଥିବା ବେଳେ ଏବେ ବିଜେପିର ଅନ୍ୟ ଜଣେ ସାଂସଦ ନାରାୟଣ ରାଣେ ଯେଉଁ ବିବୃତି ଦେଇଛନ୍ତି ତାହାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହେଉଥିବା ଦେଖିବାକୁ ମିଳିଛି । ନାରାୟଣ ରାଣେ କହିଛନ୍ତି କି ‘ସୁଶାନ୍ତ ସିଂ ଆତ୍ମହତ୍ୟ କରିନାହାନ୍ତି, ତାଙ୍କୁ ହତ୍ୟା କରାଯାଇଛି ’ । ସେ ଖାଲି ଏତିକି କହିନାହାନ୍ତି ଦାବିର ସହ କହିଛନ୍ତି କି ଯେତେବେଳେ ସୁଶାନ୍ତଙ୍କୁ ହତ୍ୟା କରାଗଲା ସେହି ସମୟରେ ସୁଶାନ୍ତଙ୍କ ଆପାର୍ଟମେଣ୍ଟରେ ମହାରାଷ୍ଟ୍ର ସରକାରର ଜଣେ ମନ୍ତ୍ରୀ ଉପସ୍ଥିତ ଥିଲେ । ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ରିପୋର୍ଟ ଆସିଗଲା ପରେ ଏହି ମନ୍ତ୍ରୀ ଜଣଙ୍କ ଜେଲ୍ ଯିବା ନିଶ୍ଚିନ୍ତ ବୋଲି ସେ କହିଛନ୍ତି । ସେ ଖାଲି ମୌଖିକ ଭାବେ ଏହା କହିନାହାନ୍ତି । ସେ ଦାବି କରିଛନ୍ତି କି ମୋ ପାଖରେ ଏହାର ପ୍ରମାଣ ଅଛି ଯାହା କି ମୁଁ ସିବିଆଇ ପାଖରେ ପୈଠ କରିବି ।
ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ ସେ କହିଥିଲେ କି ଘଟଣା ଦିନ ରାତିରେ କିଛି ଲୋକ ସୁଶାନ୍ତ ରହୁଥିବା ଆପାର୍ଟମେଣ୍ଟକୁ ଯାଇଥିଲେ । ସେମାନେ ସୁଶାନ୍ତଙ୍କୁ ଦିଶାଙ୍କ ହତ୍ୟା ବାବଦରେ ପଚରାଉଚରା କରିଥିଲେ । ଏହା ପରେ ଏହାକୁ ନେଇ ସୁଶାନ୍ତଙ୍କ ସହ ସେମାନଙ୍କର ଝଗଡା ହୋଇଥିଲା । ଏହି ଝଗଡା ଉଗ୍ରରୂପ ନେବାରୁ ସେମାନେ ସୁଶାନ୍ତଙ୍କୁ ହତ୍ୟା କରିଥିଲେ ।