ଲକ୍ଡାଉନ୍ ଖୋଲିଲେ ସାରା ରାଜ୍ୟରେ ଗଡିବ ବସ୍- ପରିବହନ ମନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଲକ୍ ଡାଉନ୍ ଖୋଲିଲେ ସାରା ରାଜ୍ୟରେ ଗଡିବ ବସ୍। ଆଉ ଦିନକ ପରେ ରାଜ୍ୟରେ ଆଂଶିକ ଲକ୍ ଡାଉନ୍ ର ୨ୟ ପର୍ଯ୍ୟାୟ ଶେଷ ହେଉଥିବା ବେଳେ ବସ୍ ପରିବହନକୁ ବିଚାର ବିମର୍ଷ ଜାରି ରହିଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।
ତେବେ ବର୍ତ୍ତମାନ ସରକାରଙ୍କ A କ୍ୟାଟଗୋରୀ ଚିହ୍ନିତ ୨୦ ଜିଲ୍ଲାରେ ପ୍ରାୟତଃ ବସ୍ ଚାଲୁଛି । ବାକି ୧୬ ତାରିଖ ପରେ ଲକ୍ ଡାଉନ୍ କୋହଳ ହେଲେ ବାକି ୧୦ ଜିଲ୍ଲାରେ ମଧ୍ୟ ବସ ଚଳାଚଳ କରିବା ନେଇ ବିଭାଗ ପକ୍ଷରୁ ବିଚାର ବିମର୍ଷ ଚାଲିଥିବା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଏହାସହ ଆନ୍ତଃ ରାଜ୍ୟ ଓ ଜିଲ୍ଲା ସ୍ତରରେ ମଧ୍ୟ ବସ୍ ଚଳପ୍ରଚଳ କରିବ। ସେହିପରି ଟିକସ ଛାଡ଼ ଦିଗରେ ବ୍ୟବସ୍ଥା କରାଯାଉଥିବା ମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ଓ ଲକ୍ଡାଉନ୍ ଲାଗି ବସ୍ ଚଳାଚଳା ଉପରେ ରୋକ ଲଗାଇଥିଲେ । ଏବେ ସଂକ୍ରମଣ ଗ୍ରାଫ୍ କମିବା ପରେ କିଛି ଜିଲ୍ଲାରେ ବସ୍ ଚଳାଚଳ ଜାରି ରହିଛି । ଖାସ୍ କରି A କ୍ୟାଟଗୋରୀ ଜିଲ୍ଲାରେ ବସ୍ ସେବା ଜାରି ରହିଛି । କିନ୍ତୁ B କାଟାଗୋରୀ ଜିଲ୍ଲାରେ ବନ୍ଦ ରହିଛି ବସ୍ ସେବା ।