ବିରୋଧୀଙ୍କ ହଟ୍ଟଗୋଳ ପରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଗତକାଲି ମୁଲତବୀ ହୋଇଥିଲା ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନ । ଆଜି ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଆଜି ମଧ୍ୟ ଗୃହରେ ଅଚଳାବସ୍ଥା ଜାରିରହିଥିଲା । ସ୍ମିତାରାଣୀଙ୍କ ମୃତ୍ୟୁର ଉତ୍ତର ଦେବାକୁ ସରକାରଙ୍କ ଉପରେ ବାରମ୍ବାର ଚାପ ପକାଉଥିଲେ ବିରୋଧୀ । ତେଣୁ ଆଜି ଗୃହ ଦୁଇଥର ମୁଲତବି ହେବାପରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହାର ଉତ୍ତରରେ କହିଛନ୍ତି, “ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି । ବେକରେ ଦଉଡି ଲାଗି, ଶ୍ୱାସରୁଦ୍ଧ ହୋଇ ସ୍ମିତାରାଣୀଙ୍କ ମୃତ୍ୟୁ ହୋଇଛି । ସେ ଆତ୍ମହତ୍ୟା କରିଥିବା ନେଇ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି । ରୂପେଶ ଭଦ୍ରଙ୍କ ନାଁରେ ପ୍ରମାଣ ମିଳିବାରୁ ତାଙ୍କୁ ୩୦୬ ଦଫାରେ ଗିରଫ କରାଯାଇଛି । ଘଟଣା ନେଇ ଅଧିକ ତଦନ୍ତ ଚାଲିଛି” ।

ସୂଚନା ଅନୁଯାୟୀ, ଚଳିତ ଶୀତ ଅଧିବେଶନ ପୂର୍ବରୁ ବିରୋଧୀ ଦଳର ନେତା ପ୍ରଦୀପ ନାୟକ ଶାସକ ଦଳକୁ ଚେତାବନୀ ଦେଇ କହିଥିଲେ ‘ ବିଧାନସଭା ଅଧିବେଶନ ପୂର୍ବରୁ ନଦୀ ସ୍ମିତାରଣୀଙ୍କ ମୃତ୍ୟୁ ରହସ୍ୟ ସମ୍ନାକୁ ନ ଆସେ ତେବେ ଅଧିବେଶନ ଚଳାଇ ଦିଆଯିବ ନାହିଁ । ତାହାହିଁ ଅଧିବେଶନର ପ୍ରଥମ ଦୁଇଦିନରେ ଦେଖିବାକୁ ମିଳୁଛି । ଉଭୟ ବିରୋଧ ଦଳ ହଟ୍ଟଗୋଳ କରିବାସହ ପ୍ଲାକାର୍ଡ ଦେଖାଇ ପ୍ରଦର୍ଶନ କରିଥିଲେ ବିଜେପି ବିଧାୟକ । ସ୍ମିତାରାଣୀ ମୃତ୍ୟୁ ଘଟଣାରେ ତଦନ୍ତ ଦାବି, ଯାଜପୁର ଏସପିଙ୍କ ବହିସ୍କାର, ବେଆଇନ ଘରର ପୃଷ୍ଠପୋଷକ କିଏ, ରଂଗଶାଳାରୁ ସିସିଟିଭି ଗଲା କୁଆଡେ ବୋଲି ବିଜେପି ବିଧାୟକ ମାନେ ସରକାରଙ୍କୁ ଉତ୍ତର ରଖିବାକୁ ବାଧ୍ୟ କରିଥିଲେ ।

Leave a comment