ରାଜ୍ୟ କ୍ୟାବିନେଟରେ ନିଷ୍ପତି ; ଓଡିଶା ରାଜସ୍ବ ସେବା କ୍ୟାଡରରେ ବଢିବ ଅଧିକ ପଦବୀ

ଓଡିଶା ରାଜସ୍ବ ସେବା କ୍ୟାଡର(ORS)ରେ ବଢିବ ଅଧିକ ପଦବୀ । ୧୯୮ ଅଧିକ ପଦବୀ ସୃଷ୍ଟି ଲାଗି ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁର କରିଛି । ଫଳରେ ଜିଲ୍ଲା ସ୍ତରରେ ଖାଲି ପଡିଥିବା ORS ଅଧିକାରୀ ପଦ ପୂରଣ ହୋଇପାରିବ । ଓଡିଶା ରାଜସ୍ବ ସେବା (ORS) (Group – B) କ୍ୟାଡର ପଦବୀ ସଂଖ୍ୟା ୧୦୯୨ ହୋଇଛିବା ବେଳେ ସେଥିମଧ୍ୟରୁ ୭୯ ଟି ପଦବୀ ଛୁଟି, ଡେପୁଟେସନ୍ ଓ ଟ୍ରେନିଂ ରିଜର୍ଭ ଅଧୀନରେ ଅଛି ।