ଐତିହ୍ୟ ପୁଷ୍କରିଣୀ ପୁନରୁଦ୍ଧାର କାର୍ଯ୍ୟର ଉଦଘାଟନ କଲେ ମନ୍ତ୍ରୀ ଅଶୋକ ପଣ୍ଡା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଅପରାହ୍ନ ୪.୩୦ରେ ବରମୁଣ୍ଡା ଐତିହ୍ୟ ପୁଷ୍କରିଣୀ ପୁନରୁଦ୍ଧାର କାର୍ଯ୍ୟର ଉଦଘାଟନ କରିଛନ୍ତି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା । ଏହି ପ୍ରକଳ୍ପ ପାଇଁ ପ୍ରାୟ ୫୦ ଲକ୍ଷ ଟଙ୍କା ପର୍ଯ୍ୟଟନ ବିଭାଗ ଦ୍ଵାରା ମଞ୍ଜୁର ହୋଇଥିଲା ଏବଂ ପୂର୍ତ୍ତ ବିଭାଗ ଏହି କାର୍ଯ୍ୟଟିକୁ ସମ୍ପୂର୍ଣ୍ଣ କରିଥିଲା ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ (କୋଠା ବାଡ଼ି) ବିଜୟ କୁମାର ତ୍ରିପାଠୀ, ପୂର୍ବତନ କର୍ପୋରେଟର ସୁଜିତ୍ ସ୍ୱାଇଁ, ହୃଦୟ ବଲ୍ଲଭ ସାମନ୍ତରାୟ, ଅଶ୍ଵିନୀ ସୁନ୍ଦରାୟ, ପ୍ରତାପ ସାହୁ, ସଂଯୁକ୍ତା ଭୂତିଆ, ଶ୍ରୀଧର ବେହେରା, ରୁନୁ ଜେନା, ବିନୟନି ଜେନା, ସମରେଶ ବେଉରା,ଅଜିତ୍ ବେହେରା, ସନ୍ତୋଷ ବେଜ୍ ଏବଂ ବରମୁଣ୍ଡା ଗ୍ରାମର ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a comment