କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀଙ୍କ ଦିନିକିଆ ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ଗସ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଭିଡ-୧୯ ପରି ଏକ ଅସ୍ୱାଭାବିକ ପରିସ୍ଥିତିରେ ଚାଷ କାର୍ଯ୍ୟକୁ ସଫଳ ଭାବେ ଆଗେଇ ନେବା ପାଇଁ ରାଜ୍ୟ ସରକାର ଖରିଫ୍‌ ଚାଷକୁ ପ୍ରାଥମିକତା ପ୍ରଦାନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଚାଷୀମାନେ ଯେପରି ସୁବିଧାରେ ଚାଷକାର୍ଯ୍ୟ କରି ପାରିବେ ସେଥି ନିମନ୍ତେ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ପାଇଁ ତୃଣମୂଳସ୍ତରର କୃଷି ଅଧିକାରୀମାନେ ନିଷ୍ଠାପର ଉଦ୍ୟମ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ କହିଛନ୍ତି ।

ଆଜି ଦିନିକିଆ ମାଲକାନଗିରି , ନବରଙ୍ଗପୁର ଓ କୋରାପୁଟ ଗସ୍ତରେ ଯାଇ ମାଲକାନଗିରି ଓ ଏବଂ ନବରଙ୍ଗପୁରରେ ଆୟୋଜିତ ପୃଥକ୍‌ ପୃଥକ୍‌ ବୈଠକରେ ଜିଲ୍ଲାର ଖରିଫ୍‌ ଚାଷ ସମ୍ପର୍କରେ ସମୀକ୍ଷା କରିଥିବା ବେଳେ କୋରାପୁଟଠାରେ କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲାର ମିଳିତ ବୈଠକରେ ସ୍ଥିତିର ସମୀକ୍ଷା କରିଥିଲେ । ବୈଠକରେ ମନ୍ତ୍ରୀ ଡଃ ସାହୁ ଜିଲ୍ଲାରେ ଖରିଫ୍‌ ଚାଷର ସମୀକ୍ଷା କରିବା ସହିତ ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ । କୋଭିଡ-୧୯ ପରିସ୍ଥିତିରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଲୋକମାନଙ୍କୁ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ସହିତ ଲୋକମାନଙ୍କୁ ରୋଜଗାର ଯୋଗାଇ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମନ୍ତ୍ରୀ ଡଃ ସାହୁ କହିଥିଲେ । ଏହି ପରିପ୍ରେକ୍ଷୀରେ ଚାଷ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ କାର୍ଯ୍ୟକୁ ଆଗେଇ ନେବା ପାଇଁ ଚାଷୀ ସମ୍ମୁଖୀନ ହେ ଉଥିବା ସମସ୍ୟାଗୁଡ଼ିକର ତ ଣୃମୂଳ ସ୍ତର ରେ ସମାଧାନ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

Leave a comment