କୋଟି ଟଙ୍କାର ପାଣି ପାଇପ ଭସ୍ମୀଭୂତ

0

ସୁବର୍ଣ୍ଣପୁର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପ୍ଲାଷ୍ଟିକ ପାଇପରେ ନିଆଁ ଲାଗି କୋଟିକୋଟି ଟଙ୍କାର ପାଣି ପାଇପ ଭସ୍ମୀଭୂତ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଲଙ୍ଗଳକଟା ରାସ୍ତା କଡର ଏକ ପଡ଼ିଆରେ ଥିବା ଜୁବେରି ଇଞ୍ଜିନିୟରିଂ କମ୍ପାନୀର ପ୍ଲାଷ୍ଟିକ ପାଇପ ଗଦାରେ ଭୟାବହ ନିଆଁ ଲାଗିଛି । ଅଗ୍ନିଶମବାହିନୀ ପହଂଚି ନିଆଁକୁ ଆୟତ୍ତ କରୁଛନ୍ତି ।

ଲଙ୍ଗଳକଟା ଗାଁର ଚାଷଜମି ଗୁଡିକରେ ମେସିନ ସାହାଯ୍ୟରେ ଧାନକଟା ସରିବା ପରେ ପଡିରହିଥିବା ପାଳଗଦାରେ ଲୋକ ନିଆଁ ଲଗାଇଥିଲେ । ପାଳଗଦାରୁ ନିଆଁ ବ୍ୟାପୀ ପାଇପ୍ରେ ଲାଗିଥିଲା । ନିଆଁର ପ୍ରକୋପ ଏତେ ଥିଲା ଯେ ସ୍ଥାନୀୟ ଲୋକ ଆୟତ୍ତ କରିପାରିନଥିଲେ। ଅଗ୍ନିଶମବାହିନୀ ପହଂଚି ନିଆଁକୁ ଆୟତ୍ତ କରୁଛନ୍ତି।

Leave a comment