ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

0

ପାରାଦୀପ : ପାରାଦୀପ ନୂଆବଜ଼ାର ବସ୍ତିରେ ଅଗ୍ନିକାଣ୍ଡ। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ। ନିଆଁ ଲିଭାଇବାରେ ସ୍ଥାନୀୟ ଲୋକେ ବିଫଳ ହେବାରୁ ପାରାଦୀପ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ ।

ନୂଆବଜ଼ାର ପୁରୁଣା ମାର୍କେଟ ନିକଟରେ ରହୁଥିବା କାଶୀନାଥ ପଢିଆରି ନିତ୍ୟକର୍ମ ସାରି ଘରେ ତାଲା ପକାଇ ବାହାରକୁ ଯାଇଥିଲେ। ଏହି ସମୟରେ ଘରେ ନିଆଁ ଲାଗିଯାଇଥିଲା।

Leave a comment