ପିଲାଙ୍କ ମଧ୍ୟାହ୍ନ ଭୋଜନ ଟଙ୍କା ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପିଲାଙ୍କ ମଧ୍ୟାହ୍ନ ଭୋଜନର ଟଙ୍କା ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇଵ। ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ବାବଦ ଟଙ୍କା ଅଭିଭାବକଙ୍କୁ ଦେବା ପାଇଁ ରାଜ୍ୟ ନୋଡାଲ ଅଫିସର ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି।

ସୂଚନାଯୋଗ୍ୟ, ଚିଠିରେ ଉଲ୍ଲେଖ ଅଛି ଯେ, ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ବାବଦରେ ଗତ ମାର୍ଚ୍ଚ ୧୬ରୁ ଆଗାମୀ ଜୁନ ୧୩ ଯାଏଁ ଟଙ୍କା ଦିଆଯିବ। ପ୍ରାଥମିକ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ୪୭୯.୯୬ ଟଙ୍କା ଓ ଉଚ୍ଚ ପ୍ରାଥମିକ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୭୧୬.୧୭ ଟଙ୍କା ଦିଆଯିବ। ବ୍ଲକ ଶିକ୍ଷା ଅଧିକାରୀମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟ ତାଲିକା ଦେବେ।

ଯେଉଁ ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟ ନ ଥିବ, ଧାର୍ଯ୍ୟ ଟଙ୍କା ସ୍କୁଲରେ ଦିଆଯିବ। ମହାମାରୀ କରୋନା ଭାଇରସ ପାଇଁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ଗତ ମାର୍ଚ୍ଚ ତୃତୀୟ ସପ୍ତାହ ଠାରୁ ବନ୍ଦ ରହିଛି। ପିଲାମାନେ ସ୍କୁଲକୁ ଆସିପାରୁ ନଥିବାରୁ ସେମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ ସରକାର ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବା ପାଇଁ ବ୍ୟବସ୍ଥା କରିଛନ୍ତି।

Leave a comment