୨୬ରୁ ମାଟ୍ରିକ ପରୀକ୍ଷା ଫର୍ମପୂରଣ ଆରମ୍ଭ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ପାଇଁ ଆସନ୍ତା ୨୬ ତାରିଖଠାରୁ ଫର୍ମପୂରଣ ଆରମ୍ଭ ହେବ । ସକାଳ ୮ଟାରୁ ଛାତ୍ରୀଛାତ୍ରମାନେ ଅନ୍ଲାଇନ୍ରେ ଫର୍ମ ପୂରଣ କରିପାରିବେ । ଦେୟ ପୈଠ କରିବାର ଶେଷ ସମୟ ଡିସେମ୍ବର ୧୩ ରାତି ୧୧ଟା ୪୫ ରହିଥିବାବେଳେ ୧୪ ତାରିଖ ମଧ୍ୟରାତି ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ଫର୍ମ ଦାଖଲ କରିପାରିବେ । ସେହିପରି ଜରିମାନା ରହିତ ଦେୟ ପୈଠ ନିମନ୍ତେ ଡିସେମ୍ବର ୧୮ ରାତି ୧୧ଟା ୪୫ ଧାର୍ଯ୍ୟ କରାଯାଇଛି । ସେହିଭଳି ଜରିମାନା ରହିତ ଫର୍ମ ଦାଖଲର ଶେଷ ସମୟ ହେଉଛି ଡିସେମ୍ବର ୧୯ ତାରିଖ ମଧ୍ୟରାତ୍ରି । ରେଗୁଲାର, ଏକ୍ସ-ରେଗୁଲାର ଓ କ୍ବାସି ରେଗୁଲାର (ସରକାରୀ ଅନୁମୋଦନ ନ ପାଇ ଅନ୍ୟ ସରକାରୀ ବିଦ୍ୟାଳୟ ଜରିଆରେ ପରୀକ୍ଷା ଦେଉଥିବା ଛାତ୍ରୀଛାତ୍ର) ଛାତ୍ରୀଛାତ୍ରଙ୍କ ପାଇଁ ସମାନ ସମୟ ନିର୍ଦ୍ଧାରଣ କରାଯାଇଛି । ଅନ୍ୟପକ୍ଷରେ ୨୦୧୬, ୨୦୧୭ ଓ ୨୦୧୮ ମାଟ୍ରିକ ପରୀକ୍ଷାରେ ଫେଲ୍, ମାଲପ୍ରାକ୍ଟିସ, ଅନୁପସ୍ଥିତ ଥିବା ଛାତ୍ରୀଛାତ୍ର ମଧ୍ୟ ଆସନ୍ତା ୨୬ ତାରିଖରୁ ଫର୍ମପୂରଣ କରିପାରିବେ । ଏଥିପାଇଁ www.bseodisha.ac.in ୱେବ୍ସାଇଟ୍ରେ ସମସ୍ତ ସୂଚନା ଓ ବ୍ୟବସ୍ଥା ଉପଲବ୍ଧ ହେବ ବୋଲି ପରୀକ୍ଷା ନିୟନ୍ତ୍ରକ ଡା. ନୀହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।