ପୁରୁଷ ହକି ବିଶ୍ୱକପ୍‌ ଉଦ୍‌ଘାଟିତ, ଚକ୍‌ ଦେ ଇଣ୍ଡିଆ ଧ୍ୱନୀରେ କମ୍ପିଲା କଳିଙ୍ଗ ଷ୍ଟାଡିୟମ

0



ଓଡ଼ିଶା ଫାଷ୍ଟ(ବ୍ୟୁରୋ): କ୍ରୀଡ଼ା ଇତିହାସରେ ଯୋଡି ହେଲା ନୂତନ ଅଧ୍ୟାୟ । କଳିଙ୍ଗ ଷ୍ଟାଡିୟମରେ ସମ୍ପୂର୍ଣ୍ଣ ହେଲା ପୁରୁଷ ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିଥିଲେ । ଏହି ସମୟରେ କଳିଙ୍ଗ ଷ୍ଟାଡିୟମ ଭିତରେ ଦର୍ଶକଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା । ଲୋକଙ୍କୁ ହକିର ଫିଭର ଚଢ଼ିଥିବା ବେଳେ ବଲିଉଡ କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରେହମାନଙ୍କ ଗୀତ ପାଇଁ ଥିବା ଭିନ୍ନ କ୍ରେଜ୍‌ ଦେଖାଯାଇଥିଲା ।



ଆଜି ହକି ପାଇଁ ସାରା ବିଶ୍ୱରେ ପରିଚିତ ହୋଇଛି ଓଡ଼ିଶା । ଓଡ଼ିଶାରେ ଏକାଠି ହୋଇଛନ୍ତି ବିଶ୍ୱବାସୀ । ଆଜିର ଉଦ୍‌ଘାଟନୀ ଉତ୍ସବରେ ବଲିଉଡ୍‌ ବାଦସାହା ଶାହାରୁଖ୍‌ ଖାନ୍‌ ଯୋଗଦେଇଥିଲେ । ‘ଚକ୍‌ ଦେ’ କହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ଶାହରୁଖ । କଳିଙ୍ଗ ଷ୍ଟାଡିୟମ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଙ୍ଗ ଖାନ୍‌ଙ୍କୁ କୁଣ୍ଢାଇ ଓଡ଼ିଶାକୁ ଆସିବା ପାଇଁ ଧନ୍ୟବାଦ ଦେବା ସହ ତାଙ୍କର ସ୍ବାଗତ କରିଥିଲେ । ଏହାପରେ ନବୀନ ଷ୍ଟେଜ୍‌ ଉପରକୁ ଯାଇ ୧୬ଟି ଦେଶର କ୍ୟାପ୍‌ଟେନ୍‌ଙ୍କ ସହ ହାତ ମିଳାଇଥିଲେ । ଶାହାରୁଖ ସ୍ପିଚ୍‌ ଦେବା ବେଳେ ନବୀନଙ୍କର ବେଶ୍‌ ପ୍ରଶଂସା ମଧ୍ୟ କରିଥିଲେ ।


ଏହାପରେ ଆରମ୍ଭ ହୋଇଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ପ୍ରଥମେ ମାଧୁରୀ ଦିକ୍ଷୀତ୍‌ ଦ ଆର୍ଥ ସଙ୍ଗରେ ନିଜର ଜଲବା ଦେଖାଇଥିଲେ । ଏଥିସହ ଶାହାରୁଖ୍‌ଙ୍କ ପରଫରମାନ୍ସ ବେଳେ ଚକ୍‌ ଦେ ଇଣ୍ଡିଆ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ପୂରା ଷ୍ଟାଡିୟମ । ଏହାର କିଛି ସମୟ ପରେ ଏ.ଆର ରେହମାନଙ୍କ ସଙ୍ଗୀତରେ ଝୁମିଥିଲେ ଦର୍ଶକ । ଓସ୍କାର ବିଜେତା ରେହମାନ୍‌ଙ୍କ ଦ୍ୱାରା ପ୍ରସ୍ତୁତ ବିଶ୍ୱକପ୍‌ର ସଙ୍ଗ ‘ଜୟ ହିନ୍ଦ, ଇଣ୍ଡିଆ’ର ଧ୍ୱନିରେ ଝୁମିଥିଲେ ଲୋକେ । ସେହିପରି ଉଦ୍‌ଘାଟନୀ ସମାରୋହରେ ବିଭିନ୍ନ ଭାଷାରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ନୃତ୍ୟ-ଗୀତର ଆସର ଜମିଥିଲା ।



ସୂଚନା ଅନୁଯାୟୀ, ବିଶ୍ୱକପରେ ଭାରତ ସମେତ ମୋଟ ୧୬ଟି ଦେଶ ଏହି ହକି ମହାକୁମ୍ଭରେ ଭାଗ ନେଇଛନ୍ତ । ଆସନ୍ତାକାଲିଠାରୁ ଆରମ୍ଭ ମ୍ୟାଚ୍‌ ଆରମ୍ଭ ହୋବ । ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ ।

Leave a comment