ଓ.ଏଚ.ଆର.ସି ପଦବୀ ପାଇଁ ବସିଲା ବୈଠକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ମୁଖ୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଓ.ଏଚ.ଆର.ସି ଅଧ୍ୟକ୍ଷଙ୍କ ନାମ ସୁପାରିଶ କରାଯାଇଛି । ଏହାସହ ଖାଲି ପଡିଥିବା ଅନ୍ୟ ଦୁଇଟି ପଦ ପାଇଁ ସଦସ୍ୟଙ୍କ ନାମ ସୁପାରିଶ କରାଯାଇ ରାଜ୍ୟପାଳଙ୍କ ନିକଟକୁ ଅନୁମୋଦନ ନିମନ୍ତେ ପଠା ଯାଇଥିବା ସୂଚନା ମିଳିଛି । ମିଳିଥିବା

ସୂଚନା ଅନୁଯାୟୀ, ଗତକାଲି ମୁଖ୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ବିରୋଧୀ ଦଳ ନେତା, ମୁଖ୍ୟ ଶାସନ ସଚିବ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ (ଓ.ଏଚ.ଆର.ସି) ଅଧ୍ୟକ୍ଷ ଏବଂ ଖାଲି ପଡିଥିବା ଦୁଇଜଣ ସଭ୍ୟଙ୍କ ନାମ ସୁପାରିଶ କରାଯାଇ ରାଜ୍ୟପାଳ ଙ୍କ ଅନୁମୋଦନ ନିମନ୍ତେ ପଠାଯାଇଛି । ହାଇକୋର୍ଟର ଅବସର ପ୍ରାପ୍ତ ମୁଖ୍ୟ ବିଚାରପତି ଓ.ଏଚ.ଆର.ସି ଅଧ୍ୟକ୍ଷ ଭାବେ ରହିବାକୁ ଥିବା ବେଳେ ଅନ୍ୟ ଦୁଇ ସଦସ୍ୟ ଭାବେ ହାଇକୋର୍ଟ ବିଚାରପତି ରହିବେ ବୋଲି ଜଣାପଡିଛି । ଅଧ୍ୟକ୍ଷ ଏବଂ ସଭ୍ୟ ମାନଙ୍କ ନାମ ରାଜ୍ୟପାଳ ଅନୁମୋଦନ ପରେ ପ୍ରକାଶ କରାଯିବ ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।

Leave a comment