ଜୀବନ, ପାଠ କାହାକୁ ଦିଆଯିବ ପ୍ରାଥମିକତା, ପରୀକ୍ଷା କିପରି ହେବ ସମ୍ଭବ
କରୋନା ପାଇଁ ବେଶୀ ପ୍ରଭାବିତ ହେବେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯୁକ୍ତ ତିନି ଷଷ୍ଠ ସେମିଷ୍ଟର ପରୀକ୍ଷା କୁ ନେଇ ସାରା ରାଜ୍ୟରେ ବିରୋଧର ସ୍ବର ବଢିଲାଣି । କ୍ୟାମ୍ପସର ସ୍ବର ଯାଇ ପହଁଚିଛି ଉଚ୍ଚ ଶିକ୍ଷା ବିଭାଗ ପାଖରେ। ଆଉ ନବୀନଙ୍କ ମନ୍ତ୍ରୀ ମଣ୍ଡଳର ସବୁଠାରୁ ଡାଇନାମିକ୍ ମନ୍ତ୍ରୀ ଡ଼ ଅରୁଣ ସାହୁ ଉଚ୍ଚ ଶିକ୍ଷା ବିଭାଗ ଦାୟିତ୍ବ ରେ ଅଛନ୍ତି । ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଛାତ୍ର ଛାତ୍ରୀଙ୍କ ଅସନ୍ତୋଷର ସ୍ବର ପହଞ୍ଚିବା ପରେ ଆଜି (୧୧.୦୬.୨୦୨୦) ଏନେଇ ଏକ ଜରୁରୀ ବୈଠକ ଡକାଇଛନ୍ତି । ଭିଡିଓ କନଫରେନସ ଜରିଆରେ ସବୁ ବିଶ୍ଵବିଦ୍ୟାଳୟର କୁଳପତି ଏବଂ ସମସ୍ତ ସ୍ଵୟଂ ଶାସିତ ଓ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ମାନଙ୍କ ସହ ଏ ବାବଦରେ ଆଲୋଚନା କରିବେ ।
ପୂର୍ବରୁ ବିଭାଗ ପକ୍ଷରୁ ଯୁକ୍ତ ତିନି ଓ ପିଜି ର ଶେଷ ସେମିଷ୍ଟର ପରୀକ୍ଷାକୁ ଛାଡ଼ି ଅନ୍ୟ ସେମିଷ୍ଟର ପରୀକ୍ଷା ନକରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହାକୁ ନେଇ ଦେଖା ଦେଇଛି ଅସନ୍ତୋଷ । ସାରା ବିଶ୍ବ କରୋନା କବଳରେ ଥିବା ବେଳେ, ପରୀକ୍ଷା କିପରି ସମ୍ଭବ ? ପରୀକ୍ଷା ହେଲେ ସଂକ୍ରମଣ ଅଧିକ ବ୍ୟାପିପାରେ । ଏହା ସହ ଯେଉଁ ମାନେ ବାହାର ରାଜ୍ୟ ତଥା ଜିଲ୍ଲାରେ ଅଛନ୍ତି ସେମାନେ ଆସି ପରୀକ୍ଷା ଦେବା ଅସମ୍ଭବ । ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ବେଶୀ ପ୍ରଭାବିତ ହେବେ । ସାମାଜିକ ଦୂରତା ରଖି ପରୀକ୍ଷା କରାଇବା ଏକ ପ୍ରକାର ଅସମ୍ଭବ ।
ଜୀବନ ଆଗ ନା ପାଠ ତାକୁ ନେଇ ପ୍ରଶ୍ନ ଉଠିଛି । ଏଥିଲାଗି ଏକ ବିକଳ୍ପ ବ୍ୟବସ୍ଥା ହେଉ ବୋଲି ଛାତ୍ର ଛାତ୍ରୀ ଦାବି କରିଆସୁଛନ୍ତି । ଆଜି ବୈଠକରେ ଏନେଇ ଚୁଡାନ୍ତ ନିଷ୍ପତ୍ତି ନିଆଯିବ । ରାଜ୍ୟବ୍ୟାପୀ ଛାତ୍ର ଅସନ୍ତୋଷ ଦେଖା ଯିବା ପରେ ଉଚ୍ଚଶିକ୍ଷା ବିଭାଗ ପରୀକ୍ଷାକୁ ବାତିଲ କରିପାରେ ବୋଲି ଚର୍ଚ୍ଚା ହେଉଛି ।