ଅବାଧ, ନିରପେକ୍ଷ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏପ୍ରିଲ ୧୧ରୁ ମେ ୧୯ ତାରିଖ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି ସ୍ଥିର ହୋଇଛି । ଗତ ରବିବାରଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇଥିବା ବେଳେ ନିର୍ବାଚନକୁ କିପରି ଅବାଧ, ନିରପେକ୍ଷ କରାଯିବ ସେ ନେଇ ଗତକାଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ୍‌ରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ । ଏଥରର ନିର୍ବାଚନରେ ଲାଗୁ ହୋଇଥିବା ନୂତନ ନିୟମ ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ବୈଠକରେ ଆଲୋଚନା କରିଥିଲେ ।

ନୂଆ ନିୟମ ଅନୁାସରେ, ଏଥର ପ୍ରାର୍ଥୀମାନଙ୍କୁ ୫ବର୍ଷର ଆଇଟି ରିଟର୍ଣ୍ଣ ତଥ୍ୟ ଦେବାକୁ ପଡ଼ିବ । ପ୍ରାର୍ଥୀ ନିଜେ ନିଜର ଅପରାଧିକ କାର୍ଯ୍ୟକଳାପ ସମ୍ପର୍କରେ ସର୍ବସାଧାରଣରେ ପ୍ରକାଶ କରିବେ । ସମସ୍ତ ପ୍ରାର୍ଥୀ ପାନ୍‌ ନମ୍ବର ଦେବା ବାଧ୍ୟତାମୂଳକ । ଏଥିସହ ଖବରକାଗଜ ଓ ଟିଭିରେ ୩ଥର ବିଜ୍ଞାପନ ଦେଇପାରିବେ ବୋଲି ବୈଠକରେ ମୁଖ୍ୟ ନିର୍ବାଚନ ଅଧିକରି ସୁରେନ୍ଦ୍ର କୁମାର ସୂଚନା ଦେଇଥିଲେ । ବୈଠକରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave a comment

You cannot copy content of this page