ବେଗୁନିଆ ରୁ ଲଢ଼ିବେ ମୀରା !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୀରା ପରିଡା ଓଡ଼ିଶା କିନ୍ନର ସଂଘ ସଭାପତି ଆଜି ଶହ ଶହ କିନ୍ନର ଓ ହଜାର ହଜାର କର୍ମୀ ଓ ସହଯୋଗୀଙ୍କ ସହ ବିଧିବଦ୍ଧ ଭାବେ ବିଜେଡ଼ି ରେ ଯୋଗଦେଇଛନ୍ତି । ମୀରା ପରିଡ଼ା ମୀରା ମା’ ନାଁରେ ଖୁବ ପରିଚିତ । ଚର୍ଚ୍ଚା ହେଉଥିଲା ମୀରା ଗତ ୨ ବର୍ଷ ପୂର୍ବରୁ ବେଗୁନିଆରେ ସଭା ସମିତି କରୁଥିଲେ ଓ ଲୋକଙ୍କ ସୁବିଧା ଅସୁବିଧାରେ ସେମାନଙ୍କ ପାଖରେ ପହଞ୍ଚୁଥିଲେ ସଙ୍ଗଠନ ମଧ୍ୟ କରିଛନ୍ତି ।

ବୋଲଗଡ ବେଗୁନିଆ ହେଉଛି ତାଙ୍କ ଜନ୍ମ ମାଟି ଓ ସେ ଆଶାୟୀ ପ୍ରାର୍ଥୀ ବୋଲି ଚର୍ଚ୍ଚା ହେଉଥିଲା ଆଜି ସେ ମଧ୍ୟ ନିଜେ ମାନିଛନ୍ତି ଯଦି ଟିକେଟ ମିଳେ ସେ ଲଢ଼ିବେ । ବେଗୁନିଆ ରାଜନୀତି ଏବେ ବେଶ ସରଗରମ ହେଇଛି । ବେଗୁନିଆ ରୁ ପ୍ରଶାନ୍ତ ଜଗଦେଵ ବଦଳରେ ପୂର୍ବତନ ଖୋର୍ଦ୍ଧା ବିଧାୟକ ରାଜୁ ସାହୁଙ୍କୁ ଟିକେଟ ମିଳୁଛି ଘଟଣା ବେଗୁନିଆ ବାସୀଙ୍କୁ ସହଜରେ ହଜମ ହେଉନି ରାଜୁ ସାହୁଙ୍କୁ ଅଞ୍ଚଳବାସୀ ଏବେଠୁ ବିରୋଧ କରିବା ଆରମ୍ଭ କରିଦେଲେଣି । ଦୁଇ ଦିନ ତଳେ ବେଗୁନିଆ ବାସୀ ଓ ମୀରା ପରିଡା (ମୀରା ମା) ଆମ ମାଟିର ପାର୍ଥି ନହେଲେ ଆମେ ଭୋଟ୍ ବର୍ଜନ କରିବୁବୋଲି ମତପ୍ରକାଶ କରିଥିଲେ । ଦୀର୍ଘ ୨୦ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ସେମାନଙ୍କ କଥା ଶୁଣୁଛନ୍ତି ଓ ସେମାନଙ୍କୁ ସମ୍ମାନ ଦେଉଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କ ଆଭାର ବ୍ୟକ୍ତ କରିଥିଲେ ।

Leave a comment