ଏଣିକି ଓଡ଼ିଶା ବାହାରୁ ଆଉ କିଣାଯିବନି ମେଡିସିନ

0

କଟକରେ ନକଲି ଔଷଧ କାରବାର ଘଟଣା ସାମ୍ନାକୁ ଆସିଲା ପରେ ଓଡିଶା କେମିଷ୍ଟ ଆଣ୍ଡ୍ ଡ୍ରଗିଷ୍ଟ ଆସୋସିଏସନ୍ କଠୋର ହୋଇଛି । ଏଣିକି ଓଡ଼ିଶା ବାହାରୁ ମେଡିସିନ କିଣା ଉପରେ କଟକଣା ଲାଗିବ । ସି ଆଣ୍ଡ୍ ଏଫ ଏବଂ ସୁପର ଷ୍ଟକିଷ୍ଟ ବିନା ବାହାର ରାଜ୍ୟରୁ ଯେକୌଣସି ଫାର୍ମରୁ ଯେକେହି ଔଷଧ କିଣିଲେ, ସେମାନଙ୍କୁ ସଂଘ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି ।

ଔଷଧ କାରବାର ଉପରେ ସ୍ୱଚ୍ଛତା ଆଣିବାକୁ ସଂଘ ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ନକଲି ଔଷଧ କାରବାର ନେଇ ଉଭୟ ପୋଲିସ ଏବଂ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ରାଜ୍ୟ ବାହାରକୁ ଯାଇ ତଦନ୍ତ କରିଥିଲେ । ସୂଚନାଥାଉ କି, କିଛିଦିନ ପୂର୍ବେ କଟକରୁ ବିପୁଳ ପରିମାଣର ନକଲି ଔଷଧ ଜବତ ହୋଇଥିଲା । ସହରର ୩ଟି ଫାର୍ମରେ ଚଢ଼ାଉ କରି ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ ୨୨ ଲକ୍ଷ ଟଙ୍କାର ନକଲି ଔଷଧ ଜବତ କରିଥିଲା । ନିମଚଉଡ଼ି ସ୍ଥିତ କ୍ୟାଲ ଏଜେନ୍ସି ଓ ନୟାସଡ଼କର ମହାବୀର ପ୍ରସାଦ ରାଧେଶ୍ୟାମ ଓ ଏମ୍ ଏଚ୍ ଫାର୍ମାସି ଭଳି ୩ଟି ଫାର୍ମରୁ ଟେଲ୍‌ମା-୪୦ ବ୍ରାଣ୍ଡ୍‌ର ଏହି ନକଲି ଔଷଧ ଜବତ ହୋଇଥିଲା ।

Leave a comment