୧୫୦୦ ବ୍ୟକ୍ତିଙ୍କୁ ମାଗଣା ଔଷଧ ବଣ୍ଟନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପୁରୀ କାଳୀକା ଦେବୀ ସାହିରେ ୧୫୦୦ ବ୍ୟକ୍ତିଙ୍କ ନିମନ୍ତେ ୨୫୦ ପରିବାରର ମୁଖ୍ୟମାନଙ୍କୁ ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥ ଧାମ ଶାଖା ପୁରୀ ତରଫରୁ କରୋନା ପ୍ରତିରୋଧ ଶକ୍ତି ବର୍ଦ୍ଧକ ହୋମିଓପାଥି ଔଷଧ ଆର୍ସେନିକ ଆଲବମ ୩୦ ନିଶୁଳ୍କ ବିତରଣ କରାଯାଇଅଛି। ଡାକ୍ତର ପଞ୍ଚାନନ ପ୍ରଧାନଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏହି ଶିବିରକୁ ଭବାନୀ ଶଙ୍କର ରଥ,ଆଇନଜୀବୀ ଲାଲା ଅନନ୍ତ କୁମାର ସିଂହ, ସୈାମେନ୍ଦ୍ର ଦାସ, ଗୈାରାଙ୍ଗ ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ ଆଦି ପରିଚାଳନା କରିଥିଲେ। ସଂଯୋଜନା କରିଥିଲେ ଜଗଦୀଶ ଆଚାର୍ଯ୍ୟ ।

Leave a comment