ଡାକ୍ତରୀ ଛାତ୍ରଙ୍କୁ ମାଡ ମାରିବା ଘଟଣା; ୨ ଅଭିଯୁକ୍ତ ଗିରଫ

0

ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାରେ କନ୍ଧମାଳରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ବଲାଙ୍ଗୀର ପୋଲିସ । ଏହି ଘଟଣାକୁ ନେଇ ତୀବ୍ର ହୋଇଛି କଲେଜ ଛାତ୍ରଙ୍କ ଆନ୍ଦୋଳନ । ହାଉସ୍ ସର୍ଜନ ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ଆନ୍ଦୋଳନ ଜୋରଦାର ହୋଇଛି । ଛାତ୍ରଛାତ୍ରୀମାନେ ମୁଣ୍ଡରେ ବ୍ୟାଣ୍ଡେଜ ବାନ୍ଧି ପ୍ରତିବାଦ କରୁଛନ୍ତି ।

ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଏସ୍ପି ପହଂଚି ବୁଝାସୁଝା କରିଛନ୍ତି । ହେଲେ ଛାତ୍ରଛାତ୍ରୀମାନେ ନିଜ ଜିଦରେ ଅଟଳ ରହିଛନ୍ତି । ଓପିଡିକୁ ବନ୍ଦ କରାଯାଇଥିବା ବେଳେ କେବଳ କାଜୁଆଲିଟିରେ ରୋଗୀ ଦେଖୁଛନ୍ତି ଡାକ୍ତର ।

ଚିକିତ୍ସାରେ ଅବହେଳା ଅଭିଯୋଗରେ ଗତକାଲି ଜଣେ ମହିଳା ରୋଗୀଙ୍କ ସମ୍ପର୍କୀୟ ହାଉସ ସର୍ଜନ ବିଶ୍ୱରଂଜନ ସାହୁଙ୍କୁ ପିଛା କରି ତାଙ୍କୁ ଆକ୍ରମଣ କରିଥିଲେ । ସହଯୋଗୀ ବିଶ୍ୱଙ୍କୁ ଆଣି ମେଡିକାଲରେ ଭର୍ତି କରିଥିଲେ । ଏହା ପରେ ମେଡିକାଲରେ ତାଲା ଦେଇ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ ।

 

Leave a comment