ଓଡ଼ିଶାରେ ମୋଦିଙ୍କ ବିରୋଧରେ ଗର୍ଜିଲେ ମାୟାବତୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ବରମୁଣ୍ଡା ପଡ଼ିଆଠାରେ ମଙ୍ଗଳବାର ବିଏସ୍‌ପି ପକ୍ଷରୁ ଏକ ନିର୍ବଚନୀ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଏସ୍‌ପି ସୁପ୍ରିମୋ ମାୟାବତୀ ଯୋଗଦେଇ ସଭାରେ ଦଳୀୟ କର୍ମୀ ଓ ନେତାଙ୍କୁ ଉଦ୍‌ବୋଧନ ଦେଇଛନ୍ତି ।

ଏହି ଅବସରରେ ମାୟାବତୀ ବିଜେପି ସରକରଙ୍କୁ ଟାର୍ଗଟ କରିବା ସହ ମୋଦିଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି । ସେ କହିଥିଲେ, ଗତ ସାଧାରଣ ନିର୍ବାଚନରେ ମୋଦି ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହନ୍ତି। ଏଥର ନିର୍ବାଚନ ପାଇଁ ବିଜେପି ମେଁ ଭି ଚୌକିଦାର କାର୍ଯ୍ୟକ୍ରମ ଆରମ୍ଭ କରିଥିବାରୁ ମାୟାବତୀ ଏହାକୁ ମୋଦିଙ୍କ ନାଟକବାଜୀ କହିବା ସହ ଏଥର ଏହି ନାଟକ କାମ କରିବନି ବୋଲି କହିଛନ୍ତି । ଏଥିସହ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ନିମନ୍ତେ ନେତା ଓ କର୍ମୀଙ୍କୁ ବିଏସ୍‌ପି ସୁପ୍ରିମୋ ମାୟାବତୀ ଗୁରୁମନ୍ତ୍ର ଦେଇଛନ୍ତି ।

Leave a comment

You cannot copy content of this page