ମାୟାବିନୀ ଅର୍ଚ୍ଚନା ନାଗଙ୍କ ଗୁମର ଖୋଲିଲେ ଜଣେ ବ୍ୟବସାୟୀ, କିଭଳି ତାଙ୍କୁ ଫସାଇବାକୁ ଚେଷ୍ଟା କରାଯାଉଥିଲା କହିଲେ ସମସ୍ତ କାହାଣୀ
ହନିଟ୍ରାପରେ ଫସାଇ ବ୍ଲାକମେଲ୍ କରି କୋଟି କୋଟି ଟଙ୍କା ଲୁଟିଥିବା ଅର୍ଚ୍ଚନା ନାଗଙ୍କ ବିରୋଧରେ ସାଂଘାତିକ ଅଭିଯୋଗ କରିଛନ୍ତି ଜଣେ ବ୍ୟବସାୟୀ । କେମିତି ତାଙ୍କୁ ଫସାଇ ବ୍ଲାକମେଲ୍ କରିବାକୁ ଚେଷ୍ଟା କରୁଥିଲା, କନକ ନ୍ୟୁଜ ଆଗରେ ବଖାଣିଛନ୍ତି ଭୁବନେଶ୍ୱରର ଶଶାଙ୍କ ଶେଖର ସାହୁ ।
ଅର୍ଚ୍ଚନା କିପରି ଧନୀ ଲୋକଙ୍କୁ ଟାର୍ଗେଟ କରୁଥିଲେ, ତାହା ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି, ୪ ବର୍ଷ ତଳେ ଜଣେ ବରିଷ୍ଠ ଅଫିସରଙ୍କ ନିକଟକୁ ଯାଇଥିବା ବେଳେ ପ୍ରଥମେ ଅର୍ଚ୍ଚନାଙ୍କ ସହ ତାଙ୍କର ଭେଟ ହୋଇଥିଲା । ପରେ ଫେସବୁକରେ ଫ୍ରେଣ୍ଡ ରିକୁଏଷ୍ଟ ପଠାଇଥିଲେ ଅର୍ଚ୍ଚନା । ଏହା ପରେ ହନିଟ୍ରାପର ଜାଲ୍ ବିଛାଇଥିଲେ ଅର୍ଚ୍ଚନା । ଫୋନ କରି ଟଙ୍କା ମାଗିବା ସହ ଟଙ୍କା ବଦଳରେ ସମ୍ପର୍କ ରଖିବା ପାଇଁ ଖୋଲାଖୋଲି କହିଥିଲେ । ଏହାକୁ ଆଡେଇ ଯାଇଥିବାରୁ ଅଳ୍ପକେ ଅର୍ଚ୍ଚନାଙ୍କ ନାଗଫାଶରୁ ବର୍ତ୍ତି ଯାଇଥିଲେ ବୋଲି କହିଛନ୍ତି ବ୍ୟବସାୟୀ ଶଶାଙ୍କ ଶେଖର ସାହୁ ।