ଓଡ଼ିଶାର ତୁଙ୍ଗ ନେତାଙ୍କ ସହ ମାୟାବତୀ କରିବେ ଆଲୋଚନା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ ଯେତେ ନିକଟତର ହେଉଛି ପ୍ରଚାର ସେତେ ଜମୁଛି । କେନ୍ଦ୍ରର ନେତାଙ୍କ ଲାଇନ ଲାଗିଛି ଯେପରି ବିଜେପି ଅଧ୍ୟକ୍ଷ ଅମିତ ଶାହା ଗତକାଲି ଓଡିଶା ଗ୍ରସ୍ତରେ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୧୧ଟା ବେଳେ ଭବାନୀପାଟଣାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଉଦ୍ବୋଧନ ଦେବେ ଓ ଆସନ୍ତା ୬ତାରିଖରେ ମଧ୍ୟ ପଶ୍ଚିମ ଓଡିଶା ଗ୍ରସ୍ତ କରିବେ ବୋଲି ସୂଚନା ମିଳିଛି । ଆଜି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓଡ଼ିଶା ଆସୁଛନ୍ତି । ସେ ପାରାଦୀପ ଓ ତିର୍ତ୍ତୋଲରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ ।
ସେହିପରି ଆଞ୍ଚଳିକ ଦଳର ନେତାଙ୍କ ଗ୍ରସ୍ତ ଆରମ୍ଭ ହେବାକୁ ଯାଉଛି । ବି.ଏସ.ପି ମୁଖ୍ୟ ମାୟାବତୀ ଆଜି ଅର୍ଥାତ ମଙ୍ଗଳବାର ଓଡିଶା ଗ୍ରସ୍ତ କରିବେ । ଏନେଇ ରବିବାର ସୂଚନା ଦିଆଯାଇଛି । ମାୟାବତୀ ମଙ୍ଗଳବାର ଭୁବନେଶ୍ୱର ରେ ବରମୁଣ୍ଡା ପଡିଆରେ ଏକ ସଭାରେ ଯୋଗଦେବେ । ଏହି ସଭାରେ ସେ କିଛି ପ୍ରମୁଖ ବି.ଏସ.ପି ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରନ୍ତି ବୋଲି ଓଡିଶା ବି.ଏସ.ପି ମୁଖ୍ୟ ଟଙ୍କଧର ବାଗ କହିଛନ୍ତି । କିଛି ଦିନ ତଳେ କଂଗ୍ରେସ ରୁ ଇସ୍ତଫା ଦେଇ ବି.ଏସ.ପିରେ ଯୋଗଦେଇଥିବା କୃଷ୍ଣ ସାଗରିୟା ଙ୍କ ନାମ ଭୁବନେଶ୍ୱର ପ୍ରାର୍ଥୀ ଭାବେ ଘୋଷଣା କରିବା ସହ ରାଜ୍ୟରେ ଅଧିକାଂଶ ବିଧାନସଭା ଆସନରେ ଦଳ ପ୍ରାର୍ଥୀ ଦେବ ବୋଲି ଟଙ୍କଧର କହିଛନ୍ତି । ମାୟାବତୀଙ୍କର ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳର ପ୍ରତିନିଧିତ୍ୱ କରୁଛନ୍ତି । ବିଜେଡି ଭଳି ସେ ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମ୍ପ୍ରତିକ ପରିସ୍ଥିତିରେ ଦୁରେଇ ରହିଛନ୍ତି । ରାଜନୈତିକ ବିଶେଷଜ୍ଞ ମନେ ମଧ୍ୟ ପୂର୍ବାନୁମାନ କରଛନ୍ତି କି ବି.ଏସ.ପି କେନ୍ଦ୍ରରେ ଏକ ନିର୍ଣ୍ଣାୟକ ଭୂମିକା ନେବାର ସମ୍ଭାବନା ରହିଛି । ସେହିପରି ବିଜେଡି ମଧ୍ୟ ୨୧ ରୁ ୨୧ ଲୋକସଭା ଆସନ ଜିତିବା ବୋଲି ଦୃଢୋକ୍ତି ପ୍ରକାଶ କରିଛି । ଏହି ପରିସ୍ଥିତିରେ ବିଜେଡିର ମଧ୍ୟ କେନ୍ଦ୍ରରେ ପ୍ରମୁଖ ଭୂମିକାକୁ ଏଡାଇ ଦିଆଯାଇ ନପାରେ ।
ଅପରପକ୍ଷରେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୟବତୀଙ୍କ ଭୁବନେଶ୍ୱର ଗ୍ରସ୍ତ ସମୟରେ କିଛି ବିଜେଡି ଓ କଂଗ୍ରେସର ଛାମୁଆ ନେତାଙ୍କ ସହ ତାଙ୍କର ଆଲୋଚନା ହେବାର ସମ୍ଭାବନା ଅଛି । ଯାହାକି କିଛି ନୂତନ ସମିକରଣର ଆଭାସ ଦେଉଛି । ଦେଖିବାକୁ ବାକିରହିଲା ଆସନ୍ତା କାଲି ମାୟାବତୀ ନିଜ ଭାଷଣରେ କେନ୍ଦ୍ର ସରକାର, କଂଗ୍ରେସ ନା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବେ ବୋଲି ଚର୍ଚ୍ଚା ଚାଲିଛି ।