ମ୍ୟାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ସ୍ଥଗିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ହ୍ରାସ ନିମନ୍ତେ ମ୍ୟାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ରାଜ୍ୟ ସରକାରଙ୍କ ଆଇଇସି ମୁଖ୍ୟ ତଥା ମୁଖପାତ୍ର ସୁବ୍ରତୋ ବାଗଚୀ ଏହି ସୂଚନା ଦେଇଛନ୍ତି।

ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଡଃ ବାଗଚୀ କହିଛନ୍ତି ଯେ, ମ୍ୟାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। କେବେଠୁ ପୁଣିଥରେ ଏହା ଆରମ୍ଭ ହେବ ତାହା ପରବର୍ତ୍ତୀ ସମୟରେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯିବ।

ସୂଚନାଯୋଗ୍ୟ, ଆଜିଠୁ ରାଜ୍ୟର ୬୧ଟି ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ରରେ ପ୍ରାୟ ୧୬ହଜାର ଶିକ୍ଷକଶିକ୍ଷୟିତ୍ରୀଙ୍କ ଦ୍ୱାରା ପରୀକ୍ଷା ଖାତା ଆରମ୍ଭ ହୋଇଥିଲା। କରୋନା ଭାଇରସକୁ ଦୃଷ୍ଟିରେ ରଖି ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ରରେ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ନିଆଯାଇଥିଲା ।

Leave a comment