ଚଳିତ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମେ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ମେ ୨୦ରେ ରେଜଲ୍ଟ ପ୍ରକାଶ ପାଇବା ନିମନ୍ତେ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ(ବିଏସଇ)ର କୌଣସି ଯୋଜନା ନଥିବା ବେଳେ କେତେକ ଗଣମାଧ୍ୟମରେ ଏ ନେଇ ଭୁଲ ତଥ୍ୟ ପ୍ରକାଶ ପାଇଛି । ଚଳିତ ମାସ ତୃତୀୟ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇ ବୋର୍ଡ ଯୋଜନା କରିଥିଵା ବେଳେ କୋୖଣସି ତାରିଖ ସ୍ଥିର ହୋଇନାହିଁ ବୋଲି ବୋଲି ବୋର୍ଡ ସଭାପତି ଜାହାନ ଆରା ବେଗମ୍ ସ୍ପଷ୍ଟ କରିଛନ୍ତି । ଓଡ଼ିଶା ବିଏସଇ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶନକୁ ନେଇ ମିଥ୍ୟା ସୂଚନା ପ୍ରଚାର କରାଇବାରେ ସମ୍ପୃକ୍ତ ଥିବା ବୋର୍ଡ ଅଧିକାରୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବୋର୍ଡ ପକ୍ଷରୁ ସେଭଳି କର୍ମଚାରୀ ଓ ଅଫିସରଙ୍କୁ ଚିହ୍ନଟ କରାଯିବା ପାଇଁ ପଦକ୍ଷେପ ନିଆଯାଉଛି ।
ସୂଚନାଯୋଗ୍ୟ, ଓଡ଼ିଶା ବିଏସଇ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ମେ’ ୭ ଓ ୧୫ ତାରିଖରେ ବାହାରିବ ବୋଲି ସୂଚନା ଦିଆଯାଇଥିଲା ।