କାଲି ବାହାରିବ ମାଟ୍ରିକ ରେଜଲ୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମେ ୨୧ ତାରିଖ ଅର୍ଥାତ୍‌ ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରେଜଲ୍ଟ । ମେ’ ପ୍ରଥମ ସପ୍ତାହରୁ ଏହି ରେଜଲ୍ଟ ପ୍ରକାଶ ପାଇବାର ଥିବା ବେଳେ ବିଭିନ୍ନ କାରଣ ଯୋଗୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା । ତେବେ ମେ’ ତୃତୀୟ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନର ସଭାପତି ଜାହାନ ଆରା ବେଗମ ରବିବାର କହିଥିବା ବେଳେ କେଉଁ ତାରିଖରେ ପ୍ରକାଶ ପାଇବ ତାହା ସ୍ଥିର ହୋଇ ନ ଥିବା ସୂଚନା ଦେଇଥିଲେ । ତେବେ ଆସନ୍ତାକାଲି ମାଟ୍ରିକ ଫଳାଫଳ ପ୍ରକାଶ ପାଇବ ବୋଲି ବୋର୍ଡ ସଭାପତି ଆଜି ସୂଚନା ଦେଇଛନ୍ତି ।

ଏହି ରେଜଲ୍ଟ ବୋର୍ଡ ଓ୍ବେବସାଇଟ୍‌ www.bseodisha.ac.in ଓ www.bseodisha.nic.in ରେ ଉପଲବ୍ଧ ହେବ । ଯେଉଁମାନଙ୍କ ପାଖରେ ଇଣ୍ଟରନେଟ ସୁବିଧା ନାହିଁ ସେମାନେ sms ମାଧ୍ୟମରେ ପରୀକ୍ଷା ଫଳ ଜାଣିପାରିବେ । ଏଥିପାଇଁ OR10 ପରେ ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ମେସେଜ୍‌ ପଠାଇଥିଲେ ପିଲାମାନେ ସେମାନଙ୍କ ରେଜଲ୍ଟ ଜାଣିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Leave a comment