ମ୍ୟାଟ୍ରିକ ପରୀକ୍ଷା ଆରମ୍ଭରୁ ପ୍ରଶ୍ନପତ୍ର ଭାଇରଲ ଅଭିଯୋଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସାରା ଓଡ଼ିଶାରେ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ, ପ୍ରଥମ ଦିନରେ ମାତୃଭାଷା ପରୀକ୍ଷାର ପ୍ରଶ୍ନପତ୍ର ସୋସିଆଲ ମିଡ଼ିଆରେ ଘୁରିବୁଲୁଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ମାତୃଭାଷା ପରୀକ୍ଷାର ଏକ ଘଣ୍ଟା ପରେ ନୂଆପଡା ଏବଂ ଢେଙ୍କାନାଳ ରେ ଆଜି ମାତୃଭାଷା ପ୍ରଶ୍ନ ସୋସିଆଲ ମିଡ଼ିଆରେ ଘୁରିବୁଲୁଥିବା କଥା ଜଣାପଡିଥିଲା । ପରୀକ୍ଷା ସରିବା ପରେ ଭାଇରାଲ ପ୍ରଶ୍ନ ପତ୍ର ଏବଂ ଅରିଜିନାଲ ପ୍ରଶ୍ନ ସହ ମିଶିଯାଉଥିବା କଥା ଜଣାପଡିଥିଲା । ଆଜିର ପ୍ରଶ୍ନ ପତ୍ର ଲିକକୁ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ପାତ୍ର ଅସ୍ୱୀକାର କରି ଏହାକୁ ଗୁଜବ କହିଥିବା ବେଳେ କିନ୍ତୁ ଜୟପୁର ବଂଧୁ ଗାଁ ସରକାରୀ ସ୍କୁଲର ପରୀକ୍ଷା ସୁପରଟେଣ୍ଡେ ଏହାକୁ ସ୍ୱୀକାର କରିଛନ୍ତି । ପରୀକ୍ଷା ଚାଲୁଥିବା ବେଳେ ଝରକା ବାଟେ ପ୍ରଶ୍ନ ପତ୍ର ବାହାରକୁ ଯିବା କଥା ସ୍ୱୀକାର କରିଥିବା ବେଳେ ବାହାରକୁ ପ୍ରଶ୍ନ ଦେଇଥିବା ପରୀକ୍ଷାର୍ଥୀକୁ ଧରିବା ପାଇଁ ଉଦ୍ୟମ କରାଯାଉଥିବା ସୂଚନା ଦେଇଛନ୍ତି । କିନ୍ତୁ ବୋର୍ଡ଼ ଅଧ୍ୟକ୍ଷ ପରୀକ୍ଷା ପରେ ପ୍ରଶ୍ନ ପତ୍ର ଭାଇରାଲ ହୋଇଥିବା କଥା କହୁଥିଲା ବେଳେ ଏ ସମ୍ପର୍କରେ ତଦନ୍ତ କରାଯିବ ବୋଲି ବୋର୍ଡ଼ ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ମ୍ୟାଟ୍ରିକ ପରୀକ୍ଷା ପୂର୍ବରୁ ରାଜ୍ୟ ସରକାର ପରୀକ୍ଷାକୁ ତ୍ରୁଟି ଶୂନ୍ୟ କରିବା ପାଇଁ କେନ୍ଦ୍ରରେ ସିସି ଟିଭି କେମେରା, ମୋବାଇଲ ବ୍ୟାନ ପ୍ରବୃତ୍ତି ସୁରକ୍ଷା ବ୍ୟବସ୍ଥା କରିଥିଲା ବେଳେ ପ୍ରଶ୍ନ ପତ୍ର ପାଇଁ ବହୁ ପର୍ଯ୍ୟାୟ ସୁରକ୍ଷା ବ୍ୟବସ୍ଥା କରିଥିଲେ । କିନ୍ତୁ ଆଜିର ଏହି ପ୍ରଶ୍ନ ପତ୍ର ଲିକ ଘଟଣା ସମସ୍ତ ଛାତ୍ର ଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ମାନଙ୍କୁ ଏକ ଅନିଶ୍ଚିତତା ମଧ୍ୟକୁ ଠେଲିଦେଇଥିବା ବେଳେ ସରକାର ପ୍ରଶ୍ନ ପତ୍ର ଭାଇରାଲକୁ କେମିତି ରୋକୁଛନ୍ତି ତାହା ଦେଖିବାକୁ ବାକିରହିଲା ।

Leave a comment