ଏପ୍ରିଲ ୨୯ରୁ ମାଟ୍ରିକ ପରୀକ୍ଷା; ଦିନକୁ ଗୋଟିଏ ବିଷୟରେ ହେବ ପରୀକ୍ଷା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏପ୍ରିଲ ୨୯ରୁ ମାଟ୍ରିକ ପରୀକ୍ଷା। ଅଫଳାଇନ ରେ ହେବ ପରୀକ୍ଷା। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରାଜ୍ୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ତିନୋଟି ପଦ୍ଧତିରେ ମୂଲ୍ୟ ନିର୍ଦ୍ଧାରଣ ହେବ ବୋଲି ସେ କହିଛନ୍ତି ।ମାଧ୍ୟମିକ ଶିକ୍ଷା ପରିଷଦ ଛାଚ୍ରଛାତ୍ରୀ, ଅଭିଭାବକ, ଶିକ୍ଷାବିତଙ୍କ ଦାବି ଓ ଅନୁରୋଧକୁ ନଜରରେ ରଖି ସମେଟିଭ୍ ଆସେସମେଣ୍ଟ ୨ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ । ଅଫଲାଇନ୍ ପରୀକ୍ଷା ପାଇଁ ମତ ପ୍ରକାଶ ପାଇଛି । ଏପରିକି ଦିନକୁ ଦୁଇଟି ବଦଳରେ ଗୋଟିଏ ବିଷୟରେ ପରୀକ୍ଷା ହେବ । କମ୍ ଦିନରେ ପରୀକ୍ଷା ଶେଷ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହେବ ବୋଲି ମତ ପ୍ରକାଶ ପାଇଛି।ସମସ୍ତଙ୍କ ପାଇଁ ଅଫଲାଇନରେ ମାଟ୍ରିକ ପରୀକ୍ଷା ହେବ । ତିନୋଟି ରୂପରେ ପିଲାଙ୍କ ଖାତା ମୂଲ୍ୟାୟନ ହେବ । ସମେଟିଭ୍ ଆସେସମେଣ୍ଟ ୨ ପରୀକ୍ଷା ସବୁ ଛାତ୍ରଛାତ୍ରୀ ନିଜ ସ୍କୁଲରେ ଦେବେ । ଯଦି ଦରକାର ପଡେ ନିକଟତମ ସ୍କୁଲରେ ପିଲା ପରୀକ୍ଷା ଦେବେ । ଏନେଇ ମାଧ୍ୟମିକ ସ୍କୁଲ ଶିକ୍ଷା ପରିଷଦ ଗାଇଡଲାଇନ୍ ଜାରି କରିବେ । ଛାଚ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ଯେଉଁ ପଦ୍ଧତିରେ ଛାତ୍ରଛାତ୍ରୀ ଭଲ ମାର୍କ ରଖିବେ ସେହି ମାର୍କକୁ ଚୂଡାନ୍ତ କରାଯିବ । ପ୍ରଥମ ଦୁଇଟି ହେଉଛି ବିକଳ୍ପ ଓ ତୃତୀୟରେ ନୂଆ ପଦ୍ଧିତରେ ଫଳ ନିର୍ଦ୍ଧାରଣ ହେବ ।

Leave a comment