୫୦୦ ଯୁବତୀ ଚାଲାଣ ଅଭିଯୋଗରେ ଜଣେ ବ୍ୟକ୍ତି ଗିରଫ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଥାଣେ ଜିଲ୍ଲାର ଦୋମ୍ବିବାଲିର ମନପଡା ଅଞ୍ଚଳର ୩୮ ବର୍ଷୀୟ ମହମ୍ମଦ ସୈଦୁଲ୍ ଶେଖ୍ ନାମକ ବ୍ୟକ୍ତିଙ୍କୁ ୫୦୦ ଝିଅଙ୍କୁ ବାଂଲାଦେଶରୁ ମୁମ୍ବାଇକୁ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଗିରଫ କରିଛି ପାଲଘାର ପୋଲିସ । ଏବଂ ସୈଦୁଲଙ୍କ ନାଁରେ ମାନବ ଚାଲାଣ ମାମଲା ରୁଜୁ କରିଛି ପୋଲିସ ।
ପୋଲିସ ସୂଚନାନୁଯାୟୀ, ମହମ୍ମଦ ସୈଦୁଲ୍ ଶେଖ୍ ଜଣେ ବାଂଲାଦେଶି ମାତ୍ର ୨୦୧୦ ମସିହାରୁ ଭାରତରେ ଏହି ମାନବ ଚାଲାଣ କାର୍ଯ୍ୟ ଚଳାଇଛି । ସେ ଚାକିରୀ କରାଇଦେବା ନାଁରେ ପ୍ରଲୋଭନ ଦେଖାଇ ବାଂଲାଦେଶରୁ ମହିଳା ଓ ନାବାଳିକାମାନଙ୍କୁ ଆଣି ଗ୍ରାହକ ମାନଙ୍କୁ ବିକ୍ରି କରୁଥିଲା । ବର୍ଷେ ତଳେ ଦେହ ବ୍ୟବସାୟସ୍ଥଳରୁ ଉଦ୍ଧାର ହୋଇଥିବା ୪ ଜଣ ନାବାଳିକା ବୟାନ ଦେବା ସମୟରେ ଶେଖ୍ ନାଁ ସାମ୍ନାକୁ ଆସିଥିଲା । ଶେଖ୍ ନାଁରେ ଏବେ ୭ଟି ମାମଲା ରହିଛି ।