ଖନନ ବେଳେ ପାହାଡର ବଡ ଖଣ୍ଡ ଖସି ୨ ମୃତ, ଅନେକ ଫସିରହିଥିବା ସୂଚନା

0

ଖନନ ବେଳେ ଘଟିଛି ବଡ ଦୁର୍ଘଟଣା । ବିଳମ୍ବିତ ରାତିରେ ଖନନ ଚାଲିଥିବାବେଳେ ପାହାଡର ବଡ ଖଣ୍ଡ ଖସିବା ଯୋଗୁ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଶ୍ରମିକ ମାଟିତଳେ ଫସିରହିଥିବା ସୂଚନା ମିଳିଛି । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନ ସକିର ଜିଲ୍ଲାର ନିମକାଥିନା ଅଞ୍ଚଳରେ ।

ଖବର ପାଇ ନିମକାଥିନା ପୋଲିସ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ୩ ଜଣ ଶ୍ରମିକ ମାଟିତଳେ ଚାପି ହୋଇରହିଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ଶବ ଉଦ୍ଧାର ହୋଇଥିବା ବେଳେ ଜଣେ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ପୋଲିସର ସୂଚନା ଅନୁସାରେ ପାଟନ ଅଞ୍ଚଳର ରେଲା ଗାଁରେ ଏହି ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ଦିଲପୁରା ଅଞ୍ଚଳର ସୁଭାଷ ଗୁର୍ଜର ଏବଂ ଭରତପୁର ଗାଁର ରବି ମେଘୱାଲ । ଉଭୟଙ୍କ ଶବକୁ ପୋଲିସ ସୁରକ୍ଷିତ ରଖିଥିବା ବେଳେ ପରିବାର ସଦସ୍ୟ ଆସିବା ପରେ ଏହାକୁ ହସ୍ତାନ୍ତର କରାଯିବ । ତେବେ ଘଟଣାସ୍ଥଳରେ ବର୍ତ୍ତମାନ ପଥର ହଟାଇବା ସହ ତଳେ ଦବିରହିଥିବା ଗାଡି ଏବଂ ଯନ୍ତ୍ରାଂଶକୁ ବାହାରକରିବା ପାଇଁ ପ୍ରକ୍ରିୟା ଚାଲିଛି । ଉଦ୍ଧାର କାର୍ଯ୍ୟ ଶେଷ ପରେ ସ୍ପଷ୍ଟ ହେବ ମାଟି ତଳେ କେତେଜଣ ରହିଛନ୍ତି ।

Leave a comment