ଜଗତସିଂହପୁର ରେ “ପରୀ ପାଇଁ କଥାଟିଏ” ପାଇଁ ଗଣଦୌଡ଼

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ ):ଜଗତସିଂହପୁର ପରି ପାଇଁ କଥାଟିଏ ନାବାଳିକା ଯୌନ ଓ ଶିଶୁ ନିର୍ଯାତନା ସଚେତନ କାର୍ଯ୍ୟକର୍ମ ଉପଲକ୍ଷେ ଜଗତସିଂହପୁର ରେ  ଏକ ଗଣଦୌଡ ପ୍ରତିଯୋଗିତା ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜଗତସିଂପୁର ଜିଲ୍ଲା ଆରକ୍ଷୀ ଅଧକ୍ଷ ଶ୍ରୀ ପ୍ରକାଶ ଆର ଙ୍କ ଅଧକ୍ଷତାରେ ପୋଲିସ ମୁଖ୍ୟାଳୟ ରୁ ବାହାରି ରିଜର୍ଭ ପୋଲିସ କାର୍ଯ୍ୟାଳୟ ରେ ପଂହଁଚିଥିଲା।

ଏହି ଗଣଦୌଡରେ ବିଭିନ୍ନ ସ୍କୁଲ , କଲେଜ , ସ୍ୱେଚ୍ଛାସେବି , ଜିଲ୍ଲା ପୋଲିସ ଓ ରିଜର୍ଭ ପୋଲିସ ର କର୍ଯ୍ୟାରତ କର୍ମୀ ଭାଗ ନେଇଥିଲେ । ପ୍ରତିଯୋଗିତା ରେ ପ୍ରଥମ, ଦ୍ୱିତୀୟ , ତୃତୀୟ ହୋଇଥିବା ପ୍ରତିଯୋଗୀ ଝିଅ ଓ ପୁରୁଷ ମାନଙ୍କୁ ୧୫୦୦/- ୧000/- 500/- ରାଶି ର ପୁରସ୍କାର ଶ୍ରୀ ଆର ପ୍ରଦାନ ଦେଇଥିଲେ । ଜିଲ୍ଲା ପୋଲିସ ମୁଖ୍ୟାଳୟ ର ଆଃ ଏ.ଏସ.ପି , ଏସଡିପିଓ ସମେତ ସମସ୍ତ ପୋଲିସ ସୁରକ୍ଷା ଅଧିକରୀ ଉପସ୍ଥିତ ରହି ଗଣଦୌଡ କୁ ସୁଚାରୁ ରୂପେ ଶେଷ କରିଥିଲେ।

Leave a comment