ହୋଟେଲ ରୁ ମହିଳା ଓ ଯୁବକ ଙ୍କ ଶବ ଉଦ୍ଧାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭୁବନେଶ୍ୱର ର କ୍ୟାପିଟାଲ ଥାନା ଅନ୍ତର୍ଗତ ଅଶୋକନଗର ର ଏକ ହୋଟେଲ ର ୧୧୪ ନମ୍ବର ରୁମ୍ ରୁ ଏକ ପ୍ରମିଯୁଗଳ ଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି।

ଘଟଣା କ୍ରମେ

ପଶ୍ଚିମବଙ୍ଗର ଶ୍ୟାମପୁର ଅଞ୍ଚଳର ଶୁଭଙ୍କର ମାଝି ଓ ତୁମ୍ପାରାଣୀ ପାଖିରା ଗତ ୨୨ ତାରିଖରୁ ଅଶୋକନଗର ର ଏକ ହୋଟେଲରେ ରହିଆସୁଥିଲେ। ଶୁଭଙ୍କରଙ୍କ ବୟସ ୨୫ବର୍ଷ ହୋଇଥିବା ବେଳେ ତୁମ୍ପାରାଣୀଙ୍କ ବୟସ ୩୫ବର୍ଷ ଏବଂ ସେ ପୂର୍ବରୁ ବିବାହିତ ବୋଲି ଜଣାପଡିଛି। ଗତକାଲି ପୂର୍ବାହ୍ନ ରେ ଝାଡୁଦାର ରୁମ ସଫା ପାଇଁ କବାଟ ବାଡେଇଥିଲେ ହେଲେ କେହି କିଛି ଜବାବ ଦେଇନଥିଲେ। ଅପରାହ୍ନ ପର୍ଯ୍ୟନ୍ତ ସେମାନଙ୍କ ରୁମ ର କବାଟ ନଖୋଲିବାରୁ ମ୍ୟାନେଜର ଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ମ୍ୟାନେଜର ପୋଲିସ କୁ ଏବିଷୟରେ ଖବର ଦେଇଥିଲେ। ପୋଲିସ ହୋଟେଲରେ ପହଞ୍ଚି ରୁମ ର କବାଟ ଖୋଲିଥିଲେ। ସେଠାରେ ଶୁଭଙ୍କର ଓ ତୁମ୍ପାରାଣୀ ଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା କ୍ୟାପିଟାଲ ଥାନା ପୋଲିସ । ପୋଲିସ ଶବ ଜବତ କରିବାସହ ଘଟଣା ର ଅଧିକ ତଦନ୍ତ ଚଳାଇଛି। ଉଭୟଙ୍କ ବିଷୟରେ ଅଧିକ ଜାଣିବା ପାଇଁ ପଶ୍ଚିମବଙ୍ଗ ପୋଲିସ ସହ ଯୋଗାଯୋଗ କରାଯାଉଛି।

Leave a comment