ବିବାହ କରିିବାକୁ ଯାଉଛନ୍ତିି କି,ଜୀବନ ସାଥୀଙ୍କୁ ପଚାରନ୍ତୁ ଏହି ୪ଟି ପ୍ରଶ୍ନ
ସାଧାରଣତଃ ବିବାହ ପାଇଁ ଯେତେବେଳ ପ୍ରସ୍ତୁତି ଆରମ୍ଭ ହୋଇଥାଏ ସେତେବେଳେ ସମସ୍ତେ ବିବାହ ପାତ୍ରର ପରିବାର, ରୋଜଗାର, ଆଭିଜାତ୍ୟକୁ ଧ୍ୟାନରେ ରଖିଥାନ୍ତି। ପ୍ରକୃତରେ ଏକ ସଫଳ ବିବାହ ପାଇଁ ଏସବୁର ଆବଶ୍ୟକତା ନଥାଏ ବୋଲି ଅନେକଙ୍କ ମତ ରହିଛି। ଏକ ସଫଳ ବିବାହ ପାଇଁ ବିବାହ ପୂର୍ବରୁ ସାଥୀଙ୍କ ବିଷୟରେ ସବୁକିଛି ଜାଣିବା ଆବଶ୍ୟକ। ସାଥୀଙ୍କୁ ଭଲ ଭାବରେ ଜାଣିବା ପାଇଁ ବିବାହ ପୂର୍ବରୁ କେତୋଟି ପ୍ରଶ୍ନ ପଚାରିନେବା ଦରକାର। ଜାଣନ୍ତୁ କ’ଣ ସେହି ପ୍ରଶ୍ନ……
୧- ପ୍ରଥମେ ବିବାହକୁ ନେଇ ଆପଣଙ୍କ ସାଥୀଙ୍କର କ’ଣ ମତ ରହିଛି ପଚାରି ନିଅନ୍ତୁ। କାରଣ ଅନେକ ସମୟରେ ପରିବାରର ଚାପ ବା ଅନ୍ୟ କୌଣସି ଚାପ କାରଣରୁ ପୁଅ ବା ଝିଅ ବିିବାହ କରିବାକୁ ରାଜି ହୋଇଯାଇଥାନ୍ତି। ଏଭଳି ପରିସ୍ଥତିରେ ଆପଣଙ୍କର ଜାଣିନେବା ଉଚିତ୍ ଯେ ଆପଣଙ୍କ ସାଥୀ ନିଜ ଇଚ୍ଛାରେ ବିବାହ କରୁଛନ୍ତିି କି ନାହିଁ।
୨- ଝିଅ ମାନଙ୍କ କ୍ଷେତ୍ରରେ ସେମାନେ ବିବାହ କରିବାକୁ ଯାଉଥିବା ପୁଅର ଚାକିରି ବିଷୟରେ ଜାଣି ନେବା ଉଚିତ୍। କାରଣ ଅନେକ ସମୟରେ ଚାକରିକୁ ନେଇ ଭୁଲ୍ ତଥ୍ୟ ସାମନାକୁ ଆସିଥାଏ।
୩- ବିବାହ ପୂର୍ବରୁ ଏହା ଅବଶ୍ୟ ଜାଣି ରଖନ୍ତୁ ଯେ ବିବାହ ପରେ ଆପଣଙ୍କ ସାଥୀ ପରିବାର ସହିତ ରହିବାକୁ ପସନ୍ଦ କରିବେ ନା ଅଲଗା ରହିବାକୁ ପସନ୍ଦ କରିବେ।
୪- ସାଥୀଙ୍କର ପସନ୍ଦ ନାପସନ୍ଦ ଅବଶ୍ୟ ପଚାରନ୍ତୁ। ହୁଏତ ଆପଣଙ୍କ ସାଥୀଙ୍କ ପସନ୍ଦ ଆପଣଙ୍କର ଆଦୌ ପସନ୍ଦ ନଥିବ। ପରେ ଏହା ଝଗଡାର କାରଣ ହୋଇପାରେ।