ମାର୍ଗରେଟ ଅଲଭାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କଲେ ବିରୋଧୀ

ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ରାଜ୍ୟପାଳ ମାର୍ଗରେଟ ଅଲଭାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ବିରୋଧୀ । ବୈଠକ ପରେ ଏନସିପି ମୁଖ୍ୟ ଶରଦ ପାଓ୍ବାର ଏହି ଘୋଷଣା କରିଛନ୍ତି । ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗରେଟ ଅଲଭା ଏକାଧିକ ରାଜ୍ୟର ରାଜ୍ୟପାଳ ଭାବେ ଦାୟିତ୍ବ ସମ୍ଭାଳି ସାରିଛନ୍ତି । ମାର୍ଗରେଟ ଅଲଭା ସେ ଶେଷ ଥର ପାଇଁ ରାଜସ୍ଥାନ ରାଜ୍ୟପାଳ ଭାବେ ଦାୟିତ୍ବରୁ ଅବସର ଗ୍ରହଣ କରିଛନ୍ତି ।
ଗତକାଲି NDA ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦ୍ବୀପ ଧନଖରଙ୍କ ନାମ ଘୋଷଣା କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଉପରାଷ୍ଟ୍ରପତି ଭେଙ୍କେୟା ନାୟୁଡୁଙ୍କ କାର୍ଯ୍ୟକାଳ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜୁଲାଇ ୧୯ରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହେବ । ଅଗଷ୍ଟ ୬ ତାରିଖରେ ଭୋଟିଂ ହେବ । ଅଗଷ୍ଟ ୬ ତାରିଖରେ ଦେଶର ନୂତନ ତଥା ୧୬ତମ ଉପରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ।