ସଂଜୟଙ୍କ ଅଧ୍ୟକ୍ଷତାରେ ରଘୁନାଥପୁର ବ୍ଲକରେ ମାରାଥନ ବାଇକ୍ ଶୋଭାଯାତ୍ରା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉପନିର୍ବାଚନ ପ୍ରଚାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ହେଡକ୍ୱାଟର୍ସ) ତଥା ମାନ୍ୟବର ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଆଜି ୧୧.୩୦ ସମୟରେ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ରଘୁନାଥପୁର ବ୍ଲକର ଛପଡା, ଏରଡଙ୍ଗ, ପୁରଣ ବସନ୍ତ, ରେଢୁଆ, ରାଢଙ୍ଗ ପଞ୍ଚାୟତରେ ମାରାଥନ ବାଇକ୍ ଶୋଭାଯାତ୍ରା କରି, ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠା ଆହୁରି ଟାଣ କରିବା ପାଇଁ ବିଜୟ ଶଙ୍କର ଦାସଙ୍କୁ ବିପୁଳ ପରିମାଣ ରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ପ୍ରଚାର ଅଭିଯାନ ଜାରି ରହିଛି ।
ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ, ସାଲେପୁର ବିଧାୟକ ପ୍ରସାନ୍ତ ବେହେରା ଓ ଅନ୍ୟମାନେ ଉପସ୍ଥିତ ରହି ବିଜେଡ଼ି ପ୍ରାର୍ଥୀ ବିଜୟ ପାଇଁ ଭୋଟ ଦେବାକୁ ଅନୁରୋଧ କରିଛନ୍ତିି ।